ମନ୍ତ୍ରିପରିଷଦ ବୈଠକରେ ୧୨୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୭ ଶହ ୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରିପରିଷଦ ଅନୁମୋଦନ କରିଛି। ଅନୁମୋଦିତ ଅତିରିକ୍ତ ବଜେଟ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିଜସ୍ୱ ଖାଦ୍ୟ ଯୋଜନା ପାଇଁ ଅର୍ଥ ବରାଦ କରାଯାଇ ଥିବା ଜଣାଯାଇଛି।
ସେହିପରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ବିଶେଷ କରି ସାମାଜିକ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଓ ଅଧା ରହିଯାଇଥିବା ପ୍ରକଳ୍ପ ପାଇଁ ଏହି ଅତିରିକ୍ତ ବଜେଟରେ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ବଜେଟ୍‌କୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆସନ୍ତା ୪ ତାରିଖ ଦିନ ଏହି ଅତିରିକ୍ତ ବଜେଟ୍‌ ରାଜ୍ୟ ବିଧାନସଭାରେ ଆଗତ କରାଯିବ।

ସମ୍ବନ୍ଧିତ ଖବର