ବି.ଟେକ୍‌ ପାଇଁ ଆଜିଠୁ କାଉନସେଲିଂ

୪ ରାଉଣ୍ଡରେ ହେବ ସିଟ୍‌ ଆଲଟ୍‌ମେଣ୍ଟ, ନଭେମ୍ବର ୧୫ ସୁଦ୍ଧା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କଲେଜରେ ଥିବା ବି.ଟେକ୍‌, ବି.ଆର୍କିଟେକ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ସୋମବାରଠାରୁ କାଉନସେଲିଂ ଆରମ୍ଭ ହେବ। ସୋମବାର ଅପରାହ୍ନ ୫ଟାରୁ ୧୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ସହ ଚଏସ୍‌ ଫିଲିଂ କରିପାରିବେ। ୨୧ ତାରିଖରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ-୧ ହେବ। ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚଏସ୍‌ ଫିଲିଂ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟାକୁ ଆଧାର କରି ୨୪ ତାରିଖ‌ରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ-୨ କରାଯିବ। ୨୪ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିପାରିବେ। ୨୬ ତାରିଖ ରାତି ୧୧ଟା ୫୯ରେ ପଞ୍ଜୀକରଣ ଓ ଚଏସ୍‌ ଲକିଂ ପ୍ରକ୍ରିୟା ଶେଷ ହେବ। ୨୮ ତାରିଖ ଅପରାହ୍ନ ୫ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଅକ୍ଟୋବର ୨୯ରୁ ନଭେମ୍ବର ପହିଲା ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ରିପୋର୍ଟିଂ ସହ ଫି’ ପେମେଣ୍ଟ/ଡକ୍ୟୁମେଣ୍ଟ ଆପ୍‌ଲୋଡ କରିପାରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୩ ମଧ୍ୟରେ ଛାତ୍ରଛାତ୍ରୀ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରି ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ସ୍ବତନ୍ତ୍ର ଓଜେଇଇର ବି.ଟେକ୍‌ ରୢାଙ୍କଧାରୀ ଓ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ସାମିଲ ହୋଇ ନ ଥିବା ଜେଇଇ ମେନ୍‌ ରୢାଙ୍କଧାରୀ ଛାତ୍ରଛାତ୍ରୀଙ୍କ ଲାଗି ଅକ୍ଟୋବର ୩୦ରୁ ନଭେମ୍ବର ୩ ମଧ୍ୟରେ ନାମ ପଞ୍ଜୀକରଣ ଅନୁଷ୍ଠିତ ହେବ। ୫ ତାରିଖରେ ଆଲଟ୍‌‌ମେଣ୍ଟ ରାଉଣ୍ଡ-୨ କରାଯିବ। ନଭେମ୍ବର ୬ରୁ ୯ ପର୍ଯ୍ୟନ୍ତ ‌ଅନ୍‌ଲାଇନ୍‌ ରିପୋଟିଂ, ଫି’ ପେମେଣ୍ଟ, ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌, ସିଟ୍‌ ଆ‌ଲଟ୍‌ମେଣ୍ଟ ପ୍ରକ୍ରିୟାରରୁ ଓହରିପାରିବେ। ୧୨ ତାରିଖ ରାଉଣ୍ଡ-୩ ଆଲଟ୍‌ମେଣ୍ଟ ହେବ ଏବଂ ନଭେମ୍ବର ୧୩ ଓ ୧୪ରେ ରିପୋର୍ଟିଂ, ଫି’ ପେମେଣ୍ଟ, ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ ଆଦି ଅନୁଷ୍ଠିତ ହେବ। ୧୨ରୁ ୧୪ ତାରିଖ ମଧ୍ୟରେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ। ନଭେମ୍ବର ୧୫ରେ ୪ର୍ଥ ପର୍ଯ୍ୟାୟ ତଥା ଚୂଡ଼ାନ୍ତ ରାଉଣ୍ଡ୍‌ ଆଲଟମେଣ୍ଟ କରାଯିବ। ନଭେମ୍ବର ୧୫ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର