ଭଞ୍ଜନଗର: ପୁରୁଣା ବର୍ଷ ଶେଷ ହେବାକୁ ଲାଗିଥିବା ବେଳେ ଆଉ ଦୁଇଦିନ ପରେ ନୂଆବର୍ଷକୁ ସ୍ବାଗତ ଜଣାଇବା ପାଇଁ ସମସ୍ତେ୍ ପ୍ରସ୍ତୁତି ଆରମ୍ଭ କଲେଣି। ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ବନ୍ଧୁବର୍ଗ ସାଙ୍ଗରେ ବିତାଇବା ପାଇଁ ବଣଭୋଜି ଆୟୋଜିତ ହେଉଛି। ଗତ ୧୦ ଦିନ ଧରି ଭଞ୍ଜନଗର ତଥା ଆଖପାଖ ଅଞ୍ଚଳ ଥିବା ପିକନିକ୍ ସ୍ପଟ୍ ଗୁଡିକରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ବିଶେଷ କରି ସହରର କୋଳାହଳ ଠାରୁ ଦୂରେଇ ଜଙ୍ଗଲରେ ବୁଲିବାର ମଜା ନେବା ସହ ଭୋଜି ଭାତର ଆସର ସେଠାରେ ଜମୁଛି।

Advertisment

ବିଶେଷ କରି ଶୀତ ଦିନେବ ପର୍ଯ୍ୟଟକମାନଙ୍କୁ ଅଧିକ ଆର୍କଷଣ କରେ ଜଙ୍ଗଲର ପ୍ରାକୃତିକ ମନୋରମ ଦୃଶ୍ୟ ଓ ଏହା ଭିତରେ ରହୁଥିବା ପଶୁପକ୍ଷୀ। ଭଞ୍ଜନଗର ସହର ଉପକଣ୍ଠରେ ଥିବା ବନବିହାର,କାଳିଆମ୍ବା,ସୋରାଦେବୀ ସହ ବିଭିନ୍ନ ଜଳଭଣ୍ଡାର ତଟ ବର୍ତ୍ତୀ ଇଲାକା ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।।

ଆହୁରି ପଢ଼ନ୍ତୁ:Freedom Fighter Chakra Bisoi: ସ୍ମୃତିରକ୍ଷା ପାଇଁ ଚାଲିଛି ଚକରାଘାଟିର ଉନ୍ନତିକରଣ

ଭଞ୍ଜନଗର ଠାରୁ ଫୁଲବାଣୀ ଯିବା ରାସ୍ତାରେ ଏହି ବନବିହାର ଯିବା ରାସ୍ତାରେ ବନ ବିହାର ରହିଥିବା ବେଳେ ଏଠାରେ ଭୋଜି କରିବା ପାଇଁ ୨୦ରୁ ଅଧିକ ପିଣ୍ଡି ରହିଥିବା ବେଳେ ସେଠାରେ ପାଣି ଆସିବା ବ୍ୟବସ୍ଥା ରହିଛି। ବର୍ତ୍ତମାନ ଜଳଭଣ୍ଡାରର ପାଣି ଭର୍ତ୍ତି ରହିଥିବା ବେଳେ ପ୍ରାକୃତିକ ମନୋରମ ଦୃଶ୍ୟ ଦେଖି ପାଖରେ ବୁଲି ଖେଳି ମଜା ନେଉଛନ୍ତି। ବର୍ଷର ପ୍ରାୟ ସମୟ ଖାଁ ଖାଁ ଲାଗୁଥିବା ଏହି ସ୍ଥାନ ଏବେ ଦିନ ତମାମ୍ ଜନଗହଳି ରହୁଛି।

ବନ ବିହାର ରାସ୍ତାରେ ବସ୍ ଠାରୁ ଆରମ୍ଭ କରି ଛୋଟ ମୋଟ ଚାରିଚକିଆ ଆଦି ଲମ୍ବା ଲାଇନ ହୋଇ ରହୁଛି। ସେହିପରି ଭଞ୍ଜନଗର ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତାର ୫ କିମି ପରେ ପଡେ ଶାଳୁଆପଲ୍ଲୀ ଗ୍ରାମ ସେଠାରୁ ଜଙ୍ଗଲ ଭିତର ରାସ୍ତା ଦେଇ ୮ କିମି ଗଲେ ପଡେ ଉପାନ୍ତ କାଳିଆମ୍ବା ଗ୍ରାମ। ଏହି ଜଙ୍ଗଲ ଇଲାକା ନିଶଦ୍ଦ ଓ ନିଘଞ୍ଚ  ହୋଇଥିବାରୁ ଏଠାରେ ବିରଳ ପାଟ୍ଟ ମୂଷା ବା ଉଡନ୍ତା ନେପାଳି ମୂଷାଙ୍କ ଅବସ୍ଥିତି ରହିଛି।

ପ୍ରକୃତି ଶିବିରରେ ଟ୍ରି ହାଉସ୍

ତେଣୁ ବ୍ରିଟିଶ ସରକାର ଅମଳରୁ ଏହି ସ୍ଥାନରେ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନ ଅକୃଷ୍ଟ କରିବାରେ ଲାଗିଛି। ଏଠାରେ ଟିମ୍ବର ହାଉସ୍ ସହ ପ୍ରକୃତି ଶିବି ରହିଛି। ନିଘଞ୍ଚ ଜଙ୍ଗଲ ଭିତରେ ଥିବା କାଳିଆମ୍ବା ପ୍ରକୃତି ଶିବିରରେ ଟ୍ରି ହାଉସ୍ ରହିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି।

କାଳିଆମ୍ବା ପ୍ରକୃତି ଶିବିର ଠାରୁ ଏକ କିମି ଦୂରରେ ରହିଛି ଏକ ଜଳପ୍ରପାତ। ସେଠାରୁ କିଛି ଦୂର ଉପରକୁ ପାହାଡ ଚଢିବା ପରେ ପାହାଡ କୋଡରେ ରହିଛି ଉକ୍ତ ଜଳପ୍ରପାତ। ଅଣଓସାରିଆ ରାସ୍ତା ଅତିକ୍ରମ କରି ଏହି ସ୍ଥାନକୁ ଯିବାକୁ ପଡେ।

ଆହୁରି ପଢ଼ନ୍ତୁ:Badal Babu Love Story: ସୀମା ଡିଆଁ ପ୍ରେମର ସାଙ୍ଘାତିକ ପରିଣତି: ପାକିସ୍ତାନରେ ଫସେଇଦେଲା ଫେସବୁକ ପ୍ରେମ, ଜେଲର କଳା କୋଠରୀରେ କଟିଲା ୟୁପି ଯୁବକଙ୍କ ଜୀବନ

ପ୍ରାୟତଃ ଖରାଦିନେ ଏହି ଛୋଟିଆ ଜଳପ୍ରପାତଟି ଶୁଷ୍କ ହୋଇ ରହିଥିବା ବେଳେ ଏହାର ପାଣିକୁ ବନ୍ୟଜନ୍ତୁଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ଏକ ଚେକ୍ଡ୍ୟାମ୍ ମଧ୍ୟ ନିର୍ମାଣ କରାଯାଇଛି। ଉକ୍ତ ସ୍ଥାନ ସହ ପର୍ଯ୍ୟଟକ ମାନେ ସୋରାଦେବୀ ମନ୍ଦିର ନିକଟରେ ଭୋଜି କରିବା ସହ ଭଞ୍ଜନଗର ଶିଶୁ ଉଦ୍ୟାନ ବୁଲି ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ଗହଳି ପାଇଁ ସହର ମଧ୍ୟ ଚଳଚଞ୍ଚଳ ହୋଇ ଉଠୁଛି। ଆଗକୁ ଆହୁରି ଭିଡ ଜମିବ ବୋଲି ଅନୁମାନ କରାଯାଉଛି।