ଭୁବନେଶ୍ବର : ନକଲି ଔଷଧ କାରବାର ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥି ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହା ଏକ ଗୁରୁତର ଘଟଣା ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦେବା ପାଇଁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଏ ସଂକ୍ରାନ୍ତୀୟ ଅଭିଯୋଗ ପାଇଲା ପରେ ନିର୍ଦ୍ଦିଷ୍ଟ ଦୋକାନ ଉପରେ ସଙ୍ଗେ ସଙ୍ଗେ ଚଢ଼ାଉ କରାଯାଇଥିଲା। ୧୭୦ଟି ପେଟି ଫାବିପିରାଭିର୍ ଜବତ କରାଯାଇଥିଲା। ସେଥିରେ ୨୭ ପେଟି ଅନ୍ୟ ଔଷଧ ରହିଛି। ଏଗୁଡ଼ିକ ଭୁବନେଶ୍ୱର ସମେତ କଲିକତା ସେଣ୍ଟ୍ରାଲ ଲାବରୋଟାରିକୁ ପରୀକ୍ଷା ପାଇଁ ପଠା ଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର୍ ଓ ପୁଲିସ୍ ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଯାଞ୍ଚ ପରେ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବନି: ସ୍ବାସ୍ଥ୍ୟ ମନ୍ତ୍ରୀ
/sambad/media/post_attachments/wp-content/uploads/2019/07/naba-kishore-das.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)