ରାଉରକେଲା: ଲକ୍ଡାଉନ୍ ପରେ ସହରରେ ସମସ୍ତ ମଦ ଦୋକାନ ସିଲ୍ ହେବା କାରଣରୁ ଡହଳ ବିକଳ ହେଉଛନ୍ତି ମଦୁଆ। ଏହାର ଫାଇଦା ଉଠାଉଛନ୍ତି କିଛି ଚୋରା ମଦ ବେପାରି। ପଡୋଶୀ ଝାଡ଼ଖଣ୍ଡରୁ ପେଟି ପେଟି ନକଲି ମଦ ଆଣି ସହରର ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। ଏହି ରାକେଟ୍ରେ ସାମିଲ ଅଛନ୍ତି କିଛି ତଥାକଥିତ ରାଜନେତା, ଢ଼ାବାବାଲା। ଫେଣ୍ଠସ୍ଥଳୀ ପାଳଟିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପୁଶେୟିତା। ଝାଡ଼ଖଣ୍ଡର କିଛି ମଦବେପାରି ପେଟି ପେଟି ନକଲି ମଦକୁ ସେଠାରେ ଗଚ୍ଛିତ ରଖୁଛନ୍ତି। ସ୍ଥାନୀୟ ପୁଲିସକୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଏସବୁ ମଦ ବିଶ୍ରା ଥାନା ଜରେଇକେଲା ହୋଇ ବନ୍ଧମୁଣ୍ଡାରେ ପହଞ୍ଚୁଛି। ସେଠାରୁ ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ବିକ୍ରି ହେଉଛି। ଆଜି ଏହି କାରବାରରେ ସମ୍ପୃକ୍ତ ବନ୍ଧମୁଣ୍ଡାର ଜଣେ ରାଜନୈତିକ ଦଳର ନେତାକୁ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ସ୍ମୃତିକେତନ ରାଉତଙ୍କ ନେତୃତ୍ବରେ ଗଠିତ ଟିମ୍ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ମନୋଜ କୁମାର ଭଗତ। ତା ନିକଟରୁ ୭ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି।
ଝାଡ଼ଖଣ୍ଡରୁ ସହରକୁ ଆସୁଛି ପେଟି ପେଟି ନକଲି ମଦ
/sambad/media/post_attachments/wp-content/uploads/2020/04/kfh7k9f8k7fkfhk7k897k8k789fkfkfhkhkhkkkhfkkhkhfkhkfkh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)