ରାଉରକେଲା: ସହରରେ ନାମିଦାମୀ ବ୍ରାଣ୍ଡର ଲୋଗ ମାରି ଅବାଧରେ ବିକ୍ରି ଚାଲିଛି ବିଭିନ୍ନ ନକଲି ଖାଦ୍ୟ ପଦାର୍ଥ। ବିଗତ ଦିନରେ ନକଲି ତେଲ, ସସ୍‌, ରୋଷେଇ ମସଲା, ମୋବିଲ୍‌, କସ୍‌ମେଟିକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଓ ସ୍ବାସ୍ଥ୍ୟବିଭାଗ ଟିମ୍‌ ଜବତ କରିଛନ୍ତି। ଏହି ଘଟଣାରେ କିଛି ଅସାଧୁ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି।

Advertisment

ତଥାପି ସହରରେ ନକଲି ଖାଦ୍ୟପଦାର୍ଥ ବିକ୍ରି ବନ୍ଦ ହେଉନି। ଏବେ ସହରରେ ଓମ୍‌ଫେଡ୍‌ ନାଁରେ ନକଲି ଘିଅ ଓ ଦୁଗ୍ଧ ବିକ୍ରି ହେଉଛି। ଗ୍ରାହକଙ୍କମାନଙ୍କଠୁ ଅଭିଯୋଗ ପାଇବା ପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ପ୍ଲାଣ୍ଟସାଇଟ୍‌ ବିଭିନ୍ନ ଗୋଦାମ, ଦୋକାନ ସହ ଇସ୍ପାତ ସହରାଞ୍ଚଳରେ କେତେକ ଦୋକାନରେ ଚଢ଼ଉ କରିଛି। ଯେଉଁ ସ୍ଥାନରୁ ଓମ୍‌ଫେଡ୍‌ ବ୍ରାଣ୍ଟର ନକଲି ଘିଅ ଓ ଦୁଗ୍ଧ ବିକ୍ରି ନେଇ ଖବର ଆସିଥିଲା ସେହି ସ୍ଥାନରେ ପୁଲିସ ଟିମ୍‌ ଚଢ଼ଉ କରିଥିଲେ।

ହେଲେ ପୁଲିସକୁ ସେମିତି କୌଣସି ନକଲି ସାମଗ୍ରୀ ମିଳି ନଥିବା ଜଣାପଡ଼ିଛି। କୋଲକାତା, ରାୟପୁର ସମେତ ଝାଡ଼ଖଣ୍ଡ ଓ ବିହାରର ଆଦି ରାଜ୍ୟରୁ ଏଭଳି ନକଲି ପଦାର୍ଥ ରାଉରକେଲାକୁ ଆସୁଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ୩୦ କି.ମି.ଦୂରରେ ମେଟ୍ରିକ୍‌ ପରୀକ୍ଷା କେନ୍ଦ୍ର: ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ବସ୍‌ ଓ ଟ୍ରେନ୍‌ ଯୋଗେ ରାଉରକେଲାରେ ପହଞ୍ଚିବା ପରେ କିଛି ଅସାଧୁ ବ୍ୟବସାୟୀ ଏସବୁ ନକଲି ସାମଗ୍ରୀକୁ ସହରରେ କମ୍‌ ବିକ୍ରି କରୁଥିବାବେଳେ ଏହାର ଆଖପାଖ ଅଞ୍ଚଳରେ ବେଶି ବିକ୍ରି କରୁଥିବା ଅଭିଯୋଗ ହେଉଛି। 

ଜିଲ୍ଲା ପ୍ରଶାସନ ଓ ଆର୍‌ଏମ୍‌ସି ନିୟମିତ ବ୍ୟବଧାନରେ  ଚଢ଼ଉ କରି ନକଲି ଖାଦ୍ୟପଦାର୍ଥ ବିକୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ: ଲେବାନନ ଉପରୁ ନିଜ ନିୟନ୍ତ୍ରଣ ଛାଡିବାକୁ ପ୍ରସ୍ତୁତ ନୁହେଁ ଇସ୍ରାଏଲ: ସେନା ପ୍ରତ୍ୟାହାର କରିବାକୁ ମନା କଲା