ଭୁବନେଶ୍ୱର: ବୈଧ ଭୋଟ୍ ସଂପର୍କରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ୩୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି। ଏଥିରେ କୁହାଯାଇଛି ଯେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ସେହି ଭୋଟକୁ ଅବୈଧ ଭାବେ ଗ୍ରହଣ କରାଯିବ। ଏଣୁ ଏହାକୁ ନାକଚ କରାଯିବ। କେଉଁ ଭଳି ସ୍ଥିତିରେ ଭୋଟ୍ ବୈଧ ଘୋଷଣା ହେବ, ସେନେଇ ବି ଏହି ଚିଠିରେ ସ୍ପଷ୍ଟୀକରଣ ଦିଆଯାଇଛି। ଭୋଟ୍ ଗଣତି ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଆଯିବାକୁ କୁହାଯାଇଛି।
ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ଭୋଟ୍ ନାକଚ
/sambad/media/post_attachments/wp-content/uploads/2022/02/state-election-commission-750x430-1.jpg)