ବାଲେଶ୍ବର: ୧୧ଟି ଜୋନରେ ବିଜେଡି, ୨ଟି ଜୋନରେ ବିଜେପି ବିଜୟୀ

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ବାଲେଶ୍ବର ଜିଲ୍ଲାର ୧୩ଟି ଜୋନ୍ ପାଇଁ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ୧୧ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ଟି ଜୋନରେ ବିଜେପି ଜିତାପଟ ହାସଲ କରିଛି। କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

ପ୍ରଥମ ପର୍ଯ୍ୟାୟ ଗଣତି ବାଲେଶ୍ୱର ଜିଲ୍ଲାର ୧୩ ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ବିଜେପି ୨ଟି ଜୋନରେ ଜିତିଥିବା ସୂଚନା ମିଳିଛି।

ଔପଦା-୧: ମୁନି ସିଂ(ବିଜେଡି)
ଖଇରା-୩: ଗଜେନ୍ଦ୍ର ପ୍ରସାଦ ଦାସ(ବିଜେପି)
ଜଳେଶ୍ୱର-୭: ତୁଳସୀ କିସ୍କୁ(ବିଜେଡି)
ନୀଳଗିରି-୧୧: ସୁବର୍ଣ୍ଣମଞ୍ଜରୀ ସିଂ(ବିଜେଡି)
ବସ୍ତା-୧୪: ବିଷ୍ଣୁପ୍ରିୟା ବୁଗୁଡ଼ି(ବିଜେଡି)
ବାହାନଗା-୧୮: ନୀଳାମ୍ବର ମହାଳିକ(ବିଜେଡି)
ବାଲିଆପାଳ-୨୧: କାଞ୍ଚନ ଜେନା(ବିଜେଡି)
ବାଲେଶ୍ୱର-୨୫: ଗୟାଧର ବେହେରା(ବିଜେପି)
ଭୋଗରାଇ-୩୦: ଗିରୀଶ କୁମାର ଦତ୍ତ(ବିଜେଡି)
ଭୋଗରାଇ-୩୧: ଦମୟନ୍ତୀ ସାହୁ(ବିଜେଡି)
ରେମୁଣା-୩୯: ଅଭିମନ୍ୟୁ ଧିନ୍ଦା(ବିଜେଡି)
ସିମୁଳିଆ-୪୦: କ୍ଷିତିଶ କୁମାର ମହାନ୍ତି(ବିଜେଡି)
ସୋର-୪୩: ରେବତୀ ନାୟକ(ବିଜେଡି)

ସମ୍ବନ୍ଧିତ ଖବର