ଚିଲିକାରେ ପକ୍ଷୀ ଗଣନା ଆରମ୍ଭ: ୫ଟି ରେଞ୍ଜରେ ୨୧ଟି ଟିମ୍ ନିୟୋଜିତ

ଭୁବନେଶ୍ବର: ଏସିଆ ମହାଦେଶର ସର୍ବବୃହତ ଲୁଣି ହ୍ରଦ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ଚଳିତ ବର୍ଷ ବଢ଼ିଛି କି କମିଛି, ତାକୁ ନେଇ ପକ୍ଷୀପ୍ରେମୀଙ୍କ ଭିତରେ ଉତ୍କଣ୍ଠା ରହିଛି। ପକ୍ଷୀମାନଙ୍କ ଭିତରେ ଏବର୍ଷ କେତେ ପ୍ରଜାତିର ପକ୍ଷୀ ଅଛନ୍ତି, ତାହା ଜାଣିବାକୁ ବି ସମସ୍ତେ ଚାହିଁ ବସିଛନ୍ତି। ଏଭଳି ସମୟରେ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହି ପକ୍ଷୀ ଗଣନା କାମରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି।ଚିଲିକା, ବାଲୁଗାଁ, ଟାଙ୍ଗି, ସାତପଡ଼ା ଓ ରମ୍ଭା ଆଦି ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି। ପ୍ରତିବର୍ଷ ସାଧାରଣତଃ ଏହି ସମୟରେ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଥାଏ।

m.jagaran.com

ସୂଚନାଯୋଗ୍ୟ, ୨୦୨୦ରେ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ଚଳିତ ବର୍ଷ ବଢ଼ିଥିଲା। ଏହି ବିଶାଳ ହ୍ରଦରେ ସେହି ବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଥିଲା। ପକ୍ଷୀମାନଙ୍କ ଭିତରେ ରହିଥିଲେ ୧୧ ପ୍ରଜାତି। ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ। ଚିଲିକାର ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ବେଳେ ଗତ ବର୍ଷ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀଙ୍କର ସମାଗମ ଦେଖିବାକୁ ମିଳିଥିଲା। କିନ୍ତୁ ବାଲୁଗାଁ ରେଞ୍ଜରେ ସର୍ବାଧିକ ପକ୍ଷୀ ସଂଖ୍ୟା ଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର