ଭୁବନେଶ୍ବର : ରାଜ୍ୟ ମେଡିକାଲ ସେବା ସଂଘର ବା ଓମ୍ସାର କର୍ମକର୍ତା ନିର୍ବାଚନ ପାଇଁ ଭୋଟ୍ ଗଣତି ଶୁକ୍ରବାର ଦିନ ଶେଷ ହୋଇଛି। ୩ଟି ପଦବି ପାଇଁ ନିର୍ବାଚନ ହୋଇଥିଲା। ତେବେ ଫଳାଫଳ ଘୋଷଣା ହୋଇପାରିନାହିଁ। ଆସନ୍ତାକାଲି ପୁଣିଥରେ ଗଣତି ହୋଇପାରେ ବୋଲି ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଓମ୍ସାର ସଭାପତି, ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଗତ ୨୯ତାରିଖରୁ ଚଳିତମାସ ୨ତାରିଖ ପର୍ଯ୍ୟନ୍ତ ଭୋଟ୍ ଜାରି ରହିଥିଲା। ସଭାପତି ପଦ ପାଇଁ ଡା.ନାରାୟଣ ରାଉତ ଓ ଡା.ପୂଣ୍ୟଶ୍ଳୋକ ଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ସେହିପରି ରାଜ୍ୟ ସାଧାରଣ ସଂପାଦକ ପାଇଁ ଡା.ବିଶ୍ବଜିତ ସାମଲ ଓ ଡା.ଭଞ୍ଜନ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ପାଇଁ ଡା.ବିନୋଦ ବିହାରୀ ରଥ ଓ ଡା.କ୍ଷୀରୋଦ ଚନ୍ଦ୍ର ପଲଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆଉ ୯ଟି ପଦବିରେ କର୍ମକର୍ତା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/omsa-odisha-medical-services-association.jpg)