ଭୁବନେଶ୍ବର: ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି। କୁକୁରମାନେ ଚଲାବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି। ସକାଳ ୭ଟା ପରେ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି। ତେଣୁ ଆମେ ଭୋର୍ ୫ ଟାରୁ ୭ଟା ପର୍ଯ୍ୟନ୍ତ ଗଣନା ସମୟ ନିର୍ଦ୍ଧାରିତ କରିଛୁ। ପ୍ରତେକ ସାହି ଓ ୱାର୍ଡରେ ୫ ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି।
ବୁଲା କୁକୁର ଗଣନା କାର୍ଯ୍ୟକ୍ରମ ନିମନ୍ତେ କମିଶନର ବିଏମ୍ ସି ଶ୍ରୀ ଚଞ୍ଚଳ ରାଣା, ଆଇଏସ୍ ଙ୍କ ବାର୍ତ୍ତା ।#dogcensus#StreetDogCensuspic.twitter.com/fd5HaYLKJR
— BMC (@bmcbbsr) September 17, 2025
ପ୍ରଥମ ପର୍ଯ୍ୟାୟରେ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ସେମାନେ ସ୍ଥିତି ବୁଲି ଦେଖିବେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ଟିମ୍ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ। ଭୁବନେଶ୍ୱରରେ ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ୩,୫୦୦ ରୁ ୪,୦୦୦ କିଲୋମିଟର ଅଞ୍ଚଳ ରହିଛି।
ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ଆଜିଠାରୁ ଆରମ୍ଭ ହୋଇଛି ବୁଲା କୁକୁର ଗଣନା । ବିଏମ୍ ସି ପକ୍ଷରୁ ସମୁଦାୟ 67 ଟି ଓ୍ୱାର୍ଡରେ ଏକ କାଳୀନ ଗଣନା କରାଯାଉଛି । ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବୁଲା କୁକୁର ଗଣନା କାର୍ଯ୍ୟରେ ୪୧୦ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭୋର… pic.twitter.com/Vr1Gmrcug1
— BMC (@bmcbbsr) September 18, 2025
ଆମର ମାନବ ସମ୍ବଳ ଥିବାରୁ ଆମେ ଏଆଇ ଟେକ୍ନୋଲୋଜି ବ୍ୟବହାର କରୁନାହୁଁ। ସ୍କୁଲ, ଆପର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ କୁକୁରମାନେ ଶୋଇ ରହୁଛନ୍ତି ତାକୁ ଆମେ ନଜରରେ ରଖି ଗଣନା କରୁଛୁ। ଭେଟନାରୀ ଡାକ୍ତରଙ୍କ ତତ୍ତ୍ୱବଧାନରେ ବୁଲା କୁକୁରଙ୍କ ଗଣତି ଚାଲିଛି ବୋଲି ବିଏମସି କମିସନର ଚଞ୍ଚଲ ରାଣା ସୂଚନା ପ୍ରଦାନ କରିଛନ୍ତି।