ଟ୍ରକ୍‌ ଧକ୍କାରେ ଦମ୍ପତିି ମୃତ

ଝୁମ୍ପୁରା : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ରବିବାର ଅପରାହ୍‌ଣ ୩ଟାବେଳେ ଟ୍ରକ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ନିକଟ କେତାଙ୍ଗ ଗ୍ରାମର ତାପସ ଗିରି ଏବଂ ତାଙ୍କ ପତ୍ନୀ କୁମୁଦିନୀ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ‌ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ତାପସ ଓ କୁମୁଦିନୀ ଏକ ବାଇକ୍‌ (ଓଆର୍‌-୦୯-କ୍ୟୁ-୯୨୮୪)ରେ ଶ୍ବଶୁରଘର ଯୋଡ଼ା ଯାଉଥିଲେ। ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ପଛରୁ ଏକ ୧୪ ଚକିଆ ଟ୍ରକ୍‌ (ଓଡି-୦୯-ଜି-୭୭୩୫) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ଫେରାର ହୋଇଯାଉଥିଲା। ଘଟଣାସ୍ଥଳରୁ ୫ କିମି ଦୂର ବାଲିବନ୍ଧ ନିକଟରେ ଲୋକେ ଟ୍ରକ୍‌କୁ ଅଟକାଇ ଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ଲେଖାଯିବ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଶବ ପଡ଼ିରହିଛି। ଝୁମ୍ପୁରା ପୁଲିସ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର