କୋରାପୁଟ: ଜାଲ ଟିଡିଆର ଦେବା ମାମଲାରେ କୋରାପୁଟ ସଦର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜୟପୁର ଜୟନଗର ଅଂଚଳର ଗୌରାଙ୍ଗ ନାୟକ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ନାୟକ। ସେମାନଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଜାଳ ଟିଡିଆର୍ ଦେଇ ଠିକା କାମ କରିଥିବା ଏହି ଠିକାଦାରଙ୍କ ବିରୋଧରେ କୋରାପୁଟ ସଦରଥାନା ସମେତ ଜୟପୁର ଟାଉନ ଥାନା ଓ ସଦର ଥାନାରେ ଭିନ୍ନ ଭିନ୍ନ ମାମଲା ହୋଇଥିଲା। ସେମାନେ କୋରାପୁଟ ସଦରଥାନା ଅଧୀନରେ ଥିବା ଅପର କୋଲାବ ପ୍ରକଳ୍ପରେ ୧୯ଲକ୍ଷ ଟଙ୍କାର ଏକ ଠିକା କାମ ପାଇଁ ଟେଣ୍ଡର ପକାଇବାବେଳେ ୪ଲକ୍ଷ ୨୭ହଜାର ଟଙ୍କାର ଜାଲ ଟିଡିଆର ଦେଇଥିଲେ। ଏଥିନେଇ କୋଲାବ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏସ.କେ. ଭତ୍ରା ଗତ ଡିସେମ୍ବର ମାସରେ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଏବେ ଗୌରାଙ୍ଗ ଓ ଗୀତାଞ୍ଜଳିଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ସଂପୃକ୍ତ ତାଙ୍କ ପୁଅ ଗୋପାଳ ନାୟକ ଏବେ ବି ଫେରାର ଅଛନ୍ତି।
ଜାଲ ଟିଡିଆର ମାମଲାରେ ଦମ୍ପତି ଗିରଫ
/sambad/media/post_attachments/wp-content/uploads/2017/12/arrested-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)