ଭୋଗରାଇ : ବାଲେଶ୍ବର ଜିଲ୍ଲାର ଭୋଗରାଇରେ ଭୂତ ଛଡ଼ାଇବା ନାଁରେ ଜଣେ ନାବାଳକଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। ଗୁଣିଆ ଦମ୍ପତିଙ୍କୁ ବାନ୍ଧିଛି ପୁଲିସ। ଭୋଗରାଇ ବ୍ଲକ୍ ଅନ୍ତର୍ଗତ ମହାଗବ ଗାଁର ନିତାଇ ସାମଲ ତାଙ୍କ ୭ ବର୍ଷର ପୁଅର ଜ୍ବର ଭଲ କରିବା ପାଇଁ ରାଣୀଗୋଡ଼ା ଗାଁକୁ ନେଇଥିଲେ। ସେଠାରେ ପୂଜକ ତଥା ଗୁଣିଆ ଅଜୟ ରାଉଳ ଓ ତାଙ୍କ ପତ୍ନୀ କମଳା ନାବାଳକଙ୍କ ଦେହରେ ଭୂତ ସବାର ହୋଇଥିବା କହି ପୂଜାପାଠ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଗାଁ ଦାଣ୍ଡରେ ନାବାଳକଙ୍କୁ ଗୁଣିଆ ଦମ୍ପତି ଏକ ବାଡ଼ିରେ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ଏମିତିକି ବାଳକର ପାଟିରେ ଏକ ଛିଣ୍ଡା ଚପଲ ମଧ୍ୟ ପୂରାଇ ଦେଇଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ଆଜି କମର୍ଦ୍ଦା ପୁଲିସ ଗୁଣିଆ ଅଜୟ ଓ ତାଙ୍କ ପତ୍ନୀ କମଳାଙ୍କୁ ଗିରଫ କରିଛି।
ଜ୍ବର ଭଲ ପାଇଁ ଶିଶୁକୁ ମାଡ଼ ଘଟଣା, ଗୁଣିଆ ଦମ୍ପତି ଗିରଫ
/sambad/media/post_attachments/wp-content/uploads/2019/11/boudha-f-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)