ପାରିବାରିକ କଳହ, ବିଷ ପିଇଦେଲେ ଦମ୍ପତି

ବେଲଗୁଣ୍ଠା : ସାମାନ୍ୟ ଟଙ୍କାକୁ ନେଇ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଦନପୁର ଗ୍ରାମରେ ସଂଜୟ ମହାରଣା ଓ ପତ୍ନୀ ବୁଦ୍ଧିନୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆାଜି ଅପରାହ୍‌ଣରେ ସଂଜୟ ପତ୍ନୀ ବୁଦ୍ଧିନୀଙ୍କୁ କିଛି ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡି ହୋଇଥିଲା। ଟଙ୍କା ନମିଳିବାରୁ ସଂଜୟ କୀଟନାଶକ ଔଷଧ ପିଇ ଦେଇଥିଲେ। ଏହା ଦେଖି ବୁଦ୍ଧିନୀ ହିତାହିତ ଜ୍ଞାନ ଭୁଲି ସେ ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସଂକଟାପନ୍ନ ଅବସ୍ଥାରେ ଦମ୍ପତି ବର୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର