ଭୁବନେଶ୍ବର: ବିଧାନସଭା ଆଗରେ ହାଇଡ୍ରାମା । କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମାହୁତି ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଛି ଏବଂ କିରୋସିନ ଓ ଦିଆସିଲ ଜବତ କରାଯାଇଛି ।
ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡ଼ର ବୋଲି ଜଣାପଡିଛି । ତେବେ ଦୁହେଁ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦମ୍ପତିଙ୍କ କହିବା ମୁତାବକ, ତାଙ୍କ ଝିଅ ପରିକୁ ମାରିଦିଆଯାଇଛି । କିଡନୀ, ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Couple-Suicide-Attempt_Thumbnail.jpg)