ବାମରା: ଶୁକ୍ରବାର ବାମରା ବ୍ଲକ୍ ବାଦପଡ଼ା ଗ୍ରାମର ଚନ୍ଦ୍ର ମିଞ୍ଜ ପତ୍ନୀ ତାରାଙ୍କ ସହିତ ବାଇକରେ ଲରିଆପାଲି ପଞ୍ଚାୟତ ଗୋଏଲଝୁମ୍ପା ଗ୍ରାମକୁ ଏକ ବିବାହ ଭୋଜି ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ରାତ୍ରି ପ୍ରାୟ ୧୧ଟାରେ ଫେରିବା ସମୟରେ ସ୍ଥାନୀୟ ଓରାମପଡ଼ା ବୁଲାଣିରେ ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲେ।
ଏଥିରେ ଉଭୟ ସ୍ୱାମୀସ୍ତ୍ରୀ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାମରା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇ ଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ରେଫର କରାଯାଇଛି।