ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ଫାଣ୍ଡି ଅଧୀନ ଖର୍ଦାର ନିକଟରେ ଏକ ଅଜଣା ଭ୍ୟାନ୍ ଗୋଟିଏ ବାଇକ୍କୁ ସମ୍ମୁଖରୁ ଧକ୍କା ଦେବା ଫଳରେ ବାଇକ୍ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ କୋଟଲିଙ୍ଗି ଗ୍ରାମର ଡି.ମୁକୁନ୍ଦ ରାଓ(୫୧) ଓ ତାଙ୍କ ପତ୍ନୀ ହେମଲତା (୩୭) ବୋଲି ସୂଚନା ମିଳିଛି। ଡି.ମୁକୁନ୍ଦ ଓ ତାଙ୍କ ପତ୍ନୀ ହେମଲତା ଏକ ବାଇକ୍ ଯୋଗେ ନିଜ ଗ୍ରାମରୁ ଧାନଘର ଅଭିମୁଖେ ଯାଉଥିଲା ବେଳେ ଖର୍ଦାର୍ ବୁଲାଣିରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ଭ୍ୟାନ୍-ବାଇକ୍ ମୁହାଁମୁହିଁ, ଦମ୍ପତି ମୃତ
/sambad/media/post_attachments/wp-content/uploads/2022/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)