ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଏଚ୍.ବୁରୁଡ଼ି ଗ୍ରାମ ଓଭରବ୍ରିଜ୍ ଉପରେ ଆଜି ରାତିରେ ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ରମ୍ଭା ଥାନା ସୁବଳୟା ଗ୍ରାମର ଆର୍ତ୍ତତ୍ରାଣ ବେହେରା ଓ ପତ୍ନୀ ଶଶୀ ବେହେରା। ଉଭୟ ରମ୍ଭାରୁ ଭୋଜି ଖାଇ ଫେରୁଥିବା ସମୟରେ ଏକ ଗାଡ଼ି ଧକ୍କା ଦେଇ ପଳାଇବାରୁ ସେମାନେ ଛିଟିକି ପଡ଼ିଥିଲେ। ରମ୍ଭା ପୁଲିସ ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଶଶୀଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଆର୍ତ୍ତତ୍ରାଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଭୋଜି ଖାଇ ଘରକୁ ଫେରୁଥିଲେ ଦମ୍ପତି, ଗାଡ଼ି ଧକ୍କାରେ ମୃତ
/sambad/media/post_attachments/wp-content/uploads/2022/06/dead-f.jpg)