ବଲାଙ୍ଗୀର : ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ

ସଂପର୍କୀୟଙ୍କ ବାହାଘରକୁ ଯାଉଥିବାବେଳେ ଦୁର୍ଘଟଣା

ବଲାଙ୍ଗୀର : ବଲାଙ୍ଗୀର- ସୋନପୁର ୫୭ ନମ୍ୱର ରାଜପଥର ଭଦ୍ରାପାଲି ଛକ ଠାରେ ଗୁରୁବାର ଏକ ଅଜଣା ଗାଡ଼ି ଧକ୍କାରେ ସୋନପୁର ନୂଆପଡ଼ାର ଖଗେଶ୍ବର ସାହୁ ଓ ତାଙ୍କ ପତ୍ନୀ ଗାୟତ୍ରୀ ସାହୁ ପ୍ରାଣ ହରାଇଛନ୍ତି। ଏହି ଦମ୍ପତି ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଖଗେଶ୍ୱର ଏବଂ ଗାୟତ୍ରୀ ଗୁରୁବାର ସକାଳୁ ଏକ ବାଇକ୍‌ରେ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲେ। ଅର୍ଜୁଣ୍ଡା ଭଦ୍ରାପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଗାୟତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଗୁରୁତର ଖଗେଶ୍ୱରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର