ବାରଙ୍ଗ: କଟକଜିଲ୍ଲା ଗୋଡିସାହି ପାଣ୍ଡି ଅଧିନ ବାରଶିଙ୍ଗା ଗ୍ରାମରେ ପାରିବାରିକ କଳହ ଭୟଙ୍କର ରୂପ ନେଇଛି। ପୁଅ-ବୋହୂଙ୍କୁ ବାପା ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଦଂପତିଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି।
ବାରଶିଙ୍ଗା ଗାଁ ଗୋବର୍ଦ୍ଧନ ରାଉତ ଓ ପୁଅ ଦିନବନ୍ଧୁଙ୍କ ସହିତ ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ହେଲା ଝଗଡ଼ା ଲାଗି ରହୁଥିଲା। ପାରିବାରିକ ଝଗଡ଼ା ଆଜି ଭୟଙ୍କର ରୂପ ନେଇଥିଲା। ତେବେ ଦୀନବନ୍ଧୁ ଓ ବୋହୂ ପୂଜାକୁ ଆଜି ଗୋବର୍ଦ୍ଧନ ନିଆଁ ଲଗାଇ ପୋଡି ଦେଇଥିଲା।
ସ୍ଥାନୀୟ ଲୋକେ ଏବାବଦରେ ଜାଣି ପୁଅ ଓ ବୋହୂକୁ ଗୁରୁତର ଅବସ୍ଥାର ଉଦ୍ଧାର କରିଥିଲେ। ଉଭୟ ଦଂପତିଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଚିକିତ୍ସା ଜାରି ରହିଛି। ପୁଲିସ କହିଛି ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ବୃଦ୍ଧ ଦିନବନ୍ଧୁ ମଧ୍ୟ ଆଂଶିକ ପୋଡ଼ି ଯାଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/30/KTv4ReaqJ6WPhOciRCll.jpg)