କାନ୍ଥ ପଡ଼ି ସ୍ବାମୀ ମୃତ, ସ୍ତ୍ରୀ ଆହତ

ଜଗତସିଂହପୁର ସଦର : ଗତକାଲି ଦୀପାବଳିରେ ଜଗତସିଂହପୁର ଥାନା ଅନ୍ତର୍ଗତ ପୁନଙ୍ଗ ଗ୍ରାମର ବାବାଜୀ ଦାସ ଓ ତାଙ୍କ ପତ୍ନୀ ହୀରା ଦେଈ ଘରେ ରୋଷେଇ କରୁଥିବା ସମୟରେ ଘଟିଛି ଅଘଟଣ। ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା ଏହି ଦମ୍ପତିଙ୍କ ଉପରେ । ଘର କାନ୍ଥ ପଡ଼ିବା ଶବ୍ଦ ଓ ଦମ୍ପତିଙ୍କ ଚିତ୍କାର ଶୁଣି ପଡିଶା ଘରର ଲୋକେ ଦୌଡି ଆସି ଉଭୟଙ୍କୁ ଉଦ୍ଧାର କରବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ବାବାଜୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାତି ୧୧ଟା ସମୟରେ ସେଠାରେ ବାବାଜୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର