ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା। ବୀରଗୋବିନ୍ଦପୁର ନିକଟରେ ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ସୁନାଗହଣା ଲୁଟି ନେଇଛନ୍ତି।
ପୁଲିସ ସୂଚନା ଅନୁସାରେ, ଘଟଗାଁ ବ୍ଲକ୍ ଢେଙ୍କିକୋଟ ଅଞ୍ଚଳର ନିଗମ ପ୍ରସାଦ ସାହୁ ଓ ପତ୍ନୀ ଲଛମାରାଣୀ ସାହୁ ଏକ ସ୍କୁଟିରେ ନିଜ ଭଉଣୀଘର ବେଲବାହାଳି ଆସୁଥିଲେ। ସେମାନଙ୍କୁ ଏକ ପଲସର୍ ବାଇକ୍ରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ପିଛା କରିଥିଲେ। ଅପରାହ୍ଣ ୩ଟାବେଳେ ଘସିପୁରା ଥାନା ବୀରଗୋବିନ୍ଦପୁର ନିକଟରେ ଦୁର୍ବୃତ୍ତମାନେ ସେମାନଙ୍କୁ ସାଇଡ୍ ମାରିବା ସହ ଗାଳିଗୁଲଜ କରିଥିଲେ। ପରେ ବନ୍ଧୁକରୁ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳାନା କରି ଦମ୍ପତିଙ୍କୁ ଭୟଭୀତ କରିଥିଲେ। ଲଛମାରାଣୀଙ୍କ ବେକରୁ ସୁନାହାର, ମଙ୍ଗଳସୂତ୍ର ଓ କାନଫୁଲ ଆଦି ଲୁଟି ନେଇ ଘଟଗାଁ ଆଡ଼କୁ ଚାଲି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/493a4355-7618-49d7-9447-24951ed8f9fe.jpeg)