ଝାରସୁଗୁଡା/ବ୍ରଜରାଜନଗର: ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ଏକ ଦମ୍ପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ୫୨ ବର୍ଷର ପୁରୁଷ ଓ ୪୯ ବର୍ଷର ମହିଳା ଗତ ୪ ତାରିଖ ଦିନ ବିମାନରେ ହାଇଦ୍ରାବାଦରୁ ଏଠାକୁ ଆସି ବ୍ରଜରାଜନଗରସ୍ଥିତ ଦୁର୍ଗାନଗର ଠାରେ ହୋମ କ୍ବାରାଣ୍ଟିନ୍ରେ ରହୁଥିଲେ। ଗତ ୯ ତାରିଖ ଦିନ ଏମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ଏମାନଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଥିବା ନେଇ ଜିଲ୍ଲାପାଳ ଦାୟିତ୍ବରେ ଥିବା ପିଡି ଡିଆର୍ଡିଏ ତପିରାମ ମାଝୀଙ୍କ ଠାରୁ ପ୍ରକାଶ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷଣବିହୀନ ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାଉରକେଲା କୋଭିଡ୍ ହସିପିଟାଲ ପଠାଯାଇଥିବା ପିଡି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜିର ଦୁଇ ଜଣଙ୍କୁ ମିଶାଇ ଝାରସୁଗୁଡ଼ାରେ ୧୭ ଜଣ ଆକ୍ରାନ୍ତ ହେଲେଣି।
ହାଇଦ୍ରାବାଦ ଫେରନ୍ତା ଦମ୍ପତିଙ୍କୁ କରୋନା, ଝାରସୁଗୁଡ଼ାରେ ସଂଖ୍ୟା ଛୁଇଁଲା ୧୭
/sambad/media/post_attachments/wp-content/uploads/2020/06/Jsg_Brajngar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)