ଜୟପୁର: ବନ୍ଦ ଘରୁ ବୟସ୍କ ଦମ୍ପତିଙ୍କ ଶବ ଉଦ୍ଧାର

ଜୟପୁର: ଶନିବାର ପୂର୍ବାହ୍ନରେ ଜୟପୁର ଟାଉନ୍‌ ଥାନା ଅନ୍ତର୍ଗତ ଜୟନଗର ଅଞ୍ଚଳର ଗୋଟାଏ ଘର ଭିତରୁ ବୟସ୍କ ପତି-ପତ୍ନୀଙ୍କ ଶବ ଉଦ୍ଧାର କରାଯାଇଛି।

ମୃତ ଦମ୍ପତି ହେଉଛନ୍ତି ଏମ୍‌. କେ. ରହମନ୍‌ ଏବଂ ହବିଜା ବିବି। ଉତ୍ତର ୭୦ ବର୍ଷିୟ ରହମନ୍‌ ବିଭିନ୍ନ ଥାନାରେ ସବ୍‌-ଇନ୍‌ପେକ୍ଟର୍‌ ଭାବେ କାର୍ଯ୍ୟ କରିଥିଲେ।
ସକାଳେ ସେମାନଙ୍କ ଘରର କବାଟ ନ ଖୋଲିବା ଦେଖି ସନ୍ଦେହରେ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସନ୍ଦେହରେ ପୁଲିସ ସେମାନଙ୍କ ପୁଅ ଏମ୍‌.କେ.ଲତିଫ୍‌କୁ ଅଟକ ରଖିଛି।

ଅଧିକ ତଦନ୍ତ ଲାଗି ସାଇଣ୍ଟିଫିକ୍‌ ଟିମ୍‌କୁ ଡକା ଯାଇଛି।

ସମ୍ବନ୍ଧିତ ଖବର