ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗରେ ଗବେଷଣା ପଦ୍ଧତି ଉପରେ ୧୫ଦିନିଆ ପାଠ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଛି। ଦୁର୍ଗାମାଧବ ପ୍ରହରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପ୍ରଫେସର ଗଣେଶ ପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଦାର୍ଶନିକମାନେ ବ୍ୟବହାର କରିଥିବା ବିଭିନ୍ନ ଗବେଷଣା ପଦ୍ଧତିର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।
ବିଭାଗ ମୁଖ୍ୟ ସରୋଜକାନ୍ତ କରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦିନୀ ମିଶ୍ର, ପ୍ରଜ୍ଞା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/56-11.jpg)