ପୁରୀ ଉଚ୍ଛେଦ ମାମଲା: ଦୁଇ ମହଲା କୋଠା ଭଂଗା ଉପରେ ଅଙ୍କୁଶ, ବିନା ନୋଟିସ୍‌ରେ ଭାଂଗିପାରବନି

କଟକ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଚାଲିଥିବା ଉଚ୍ଛେଦ ପ୍ରସଂଗକୁ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଦାୟର ଏକ ରିଟ୍ ପିଟିସନର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦିଷ୍ଟ ଜମିରୁ ନିର୍ମାଣ ଉଚ୍ଛେଦ ଉପରେ ଅଙ୍କୁଶ ଲଗାଇଛନ୍ତି। ପକ୍ଷଙ୍କୁ ନୋଟିସ୍‌ ନ ଦେଇ ଭାଂଗିପାରିବେ ନାହିଁ ବୋଲି ଅଦାଲତ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମଣିକର୍ଣ୍ଣିକା ସାହିଠାରେ ଜଗନ୍ନାଥ ପ୍ରତିହାରୀଙ୍କ ଘରବାଡି କିସମର ପ୍ଲଟ ରହିଥିବା ବେଳେ ଏହା ଉପରେ ଦୁଇ ମହଲା କୋଠା‌ ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପାଇଁ ପ୍ରଶାସନ ଘୋଷଣା କରିଥିବା ବେଳେ ଏହି କୋଠା ଭଙ୍ଗା ଯିବାର ସମ୍ଭାବନା ଦେଖା ଦେଇଥିବା ଦର୍ଶାଇ ଆବେଦନକାରୀ ଶ୍ରୀ ପ୍ରତିହାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାର ଶୁଣାଣି କରି ଆଇନରେ ଥିବା ବ୍ୟବସ୍ଥା ଅନୁସରଣ ନ କରି ତଥା ପକ୍ଷଙ୍କୁ ନୋଟିସ୍ ନ ଦେଇ କୋଠା ଭାଂଗି ପାରିବେ ନାହିଁ ବୋଲି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର