କୋର୍ଟ ଫି (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ପାରିତ

ଭୁବନେଶ୍ୱର : ଏଣିକି କୋର୍ଟ ଫିସ୍‌ ପ୍ରଦାନ ଅନ୍‌ଲାଇନ୍‌ ବା ଇଲେକ୍ଟ୍ରୋନିସ୍‌ ମାଧ୍ୟମରେ କରାଯାଇପାରିବ। ଏ ନେଇ ଆଜି ବିଧାନସଭାରେ ନ୍ୟାୟାଳୟ ଫିସ୍‌ (ଓଡ଼ିଶା ସଂଶୋଧନ)-୨୦୨୦ ବିଲ୍‌ ପାରିତ ହୋଇଛି। ଗୁରୁବାର ବିଧାନସଭା ଅପରାହ୍ନ ଅଧିବେଶନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍‌ ବିଚାର ଓ ପାରିତ କରିବା ପାଇଁ ଅନୁରୋଧ କରିବା ପରେ ସର୍ବସମ୍ମତି କ୍ରମେ ବାଚନିକ ଭୋଟରେ ବିଲ୍‌ଟି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର