ପଣ୍ଡା ଇନଫ୍ରା ମୁଖ୍ୟଙ୍କୁ ଅନ୍ତରୀଣ ଜାମିନ

କଟକ : ବମିଖାଲ ରେଳ ଓଭରବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଏକ ମାସ ଅନ୍ତରୀଣ ଜାମିନ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଏକ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଦର୍ଶାଇ ସେ ଏହି ଆବେଦନ କରିଥିଲେ। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ହସ୍ପିଟାଲରେ ଚିକିତ୍ସା ସମୟରେ ସେ ପୁଲିସ ତତ୍ତ୍ୱାବଧାନରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର