ଲମତାପୁଟ ଜେଏମଏଫସି କୋର୍ଟ ଉଦଘାଟିତ 

କୋରାପୁଟ: କୋରାପୁଟ କୋର୍ଟ ପରିସରରେ ଲମତାପୁଟ ଜେଏମଏଫସି କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ କୃଷ୍ଣରାମ ମହାପାତ୍ର ଆୟୋଜିତ ଉଦଘାଟନ ଉତ୍ସବରେ ଯୋଗଦେଇ ଏହାକୁ ଉଦଘାଟିତ କରିଛନ୍ତି।

ଜନସାଧାରଣ ଏହି କୋର୍ଟ ମାଧ୍ୟମରେ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି ଚାରପତି ଜଷ୍ଟିସ କୃଷ୍ଣରାମ ମହାପାତ୍ର। ଲମତାପୁଟଠାରେ ଭିତ୍ତିପ୍ରସ୍ତରର ସୁବିଧା ନ ଥିବାରୁ କୋରାପୁଟ କୋର୍ଟ ପରିସରରେ ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ହୋଇଛି। କୋଭିଡ ମହାମାରୀ କାରଣରୁ ଆଇନଜୀବୀ କାର୍ଯ୍ୟରେ ଯୋଗଦେଉ ନଥିବାରୁ, ଓକିଲ ସଂଘ ସଭାଗୃହରେ ବିଚାରପତି ଓକିଲଙ୍କ ସହ ଆଲୋଚନା କରିଥିଲେ ଏବଂ କରୋନା କଟକଣା ମାନି ସମସ୍ତ ଆଇନଜୀବୀଙ୍କୁ କୋର୍ଟ କାର୍ଯ୍ୟରେ ଯୋଗଦେବାକୁ ବିଚାରପତି ଆହ୍ୱାନ ଦେଇଥିଲେ ।

କୋରାପୁଟ ଜିଲ୍ଲା ଦୌରା ଜଜ୍ ବିମଳ କୁମାର ଚାନ୍ଦ, କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଜୟ କୁମାର ପ୍ରଧାନ, ସବ-ଜଜ୍ ହୃଷିକେଶ ସାହୁ, ରେଜିଷ୍ଟ୍ରାର ଶରତ କୁମାର ଜେନା, ଏସଡିଜେଏମ ସୁନନ୍ଦା ପ୍ରଧାନ, ଜେଏମଏଫସି ନିଶା ସାମଲ,ସ୍ୱତନ୍ତ୍ର ଦଣ୍ଡାଧିକାରୀ ଗୟାଧର ପାଣିଗ୍ରାହୀ, ସିମିଳିଗୁଡା, ଦଶମନ୍ତପୁର, ଲଷ୍ମୀପୁର ଜେଏମଏଫସି କୋର୍ଟର ବିଚାରପତି ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

କୋରାପୁଟ ଓକିଲ ସଂଘର ସଭାପତି ଅଜିତ କୁମାର ପାତ୍ର ଉଦଘାଟନୀ ସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ରାଉତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉପ ସଭାପତି ନୃପେନ୍ଦ୍ର ବାଘ, ଓକିଲ ସଂଘର ବରିଷ୍ଠ ସଦସ୍ୟ ଟି ନାରାୟଣ ମୂର୍ତ୍ତି, ନିହାର ରଞ୍ଜନ ପଟନାୟକ, ଗୁପ୍ତେଶ୍ଵର ପାଣିଗ୍ରାହୀ, ଉତ୍ତମ ମିଶ୍ର, ପ୍ରଶାନ୍ତ ପାତ୍ର, ବିଦ୍ୟାଧର ସାହୁ, କମଳ କୁମାର ଖୁରା, ଅଶୋକ ଷଡଙ୍ଗୀ, ସୁଦର୍ଶନ ମାଝୀ, ସୀମାଞ୍ଚଳ ମିଶ୍ର, କମଳାକାନ୍ତ ଦାସ, ବିଶ୍ବରଞ୍ଜନ ପଟନାୟକ, ସଞ୍ଜୟ ତୁରୁକ, ସନ୍ତୋଷ ରଥ, ନୀଳକଣ୍ଠ ମହାନ୍ତି, ଶିବୁ ପାଣିଗ୍ରାହୀ, ଜାମି ସନ୍ତୋଷ, କାମାକ୍ଷା ମାଝୀ, ସୁରେନ୍ଦ୍ର ବେହେରା, ବିଘ୍ନରାଜ ବେହେରା ଏବଂ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର