ପୌର ନିର୍ବାଚନ ଦିନ ଅଦାଲତ ଛୁଟି

କଟକ : ଆସନ୍ତା ୨୪ ତାରିଖ ଦିନ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ରାଜ୍ୟର ତିନି ମହାନଗର ନିଗମ ସହିତ ସମସ୍ତ ୧୦୬ଟି ପୌର ପରିଷଦ/ ଏନଏସି ଅଞ୍ଚଳରେ ଅଦାଲତ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ‌ଯେ ମାର୍ଚ୍ଚ ୨୪ ତାରିଖ ଦିନ ପୌର ନିର୍ବାଚନ ଭୋଟ ଗ୍ରହଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଛୁଟି ରହିବ ବୋଲି ମାର୍ଚ୍ଚ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର