କଟକ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁଠାରେ ସିଭିଲ ଜଜ୍ (ସିନିୟର ଡିଭିଜନ) ତଥା ସହକାରୀ ଦୌରା ଜଜ୍ ଅଦାଲତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଯୋଗ ଦେଇଥିଲେ। ହିଞ୍ଜିଳିକାଟୁର ଲୋକମାନଙ୍କ ଦ୍ବାରଦେଶରେ ନ୍ୟାୟ ବ୍ୟବସ୍ଥା ଉପଲବ୍ଧ କରାଇବା କ୍ଷେତ୍ରରେ ଏହି ନୂଆ ଅଦାଲତ ଖୋଲିବା ଏକ ପଦକ୍ଷେପ ବୋଲି ମୁଖ୍ୟ ବିଚାରପତି କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନାଗରିକମାନଙ୍କୁ ବିଶେଷ କରି ସମାଜର ଗରିବ ଓ ଦୁର୍ବଳ ବର୍ଗଙ୍କୁ ଉପଯୁକ୍ତ ତଥା ଫଳପ୍ରଦ ଆଇନସେବା ପ୍ରଦାନ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ହିଞ୍ଜିଳିକାଟୁ ଲୋକଙ୍କ ବହୁ ଦିନର ଦାବି ଏହି ନୂଆ ଅଦାଲତ ପ୍ରତିଷ୍ଠା ଦ୍ବାରା ପୂରଣ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଡେପୁଟି ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ, ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍, ଅନ୍ୟ ବିଚାରବିଭାଗୀୟ ଅଧିକାରୀ, ଗଞ୍ଜାମ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ହିଞ୍ଜିଳିକାଟୁ, ଛତ୍ରପୁର ଓ ବ୍ରହ୍ମପୁର ବାର୍ ଆସୋସିଏସନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/cccc.jpg)