ସଚିବାଳୟ ଲାଇବ୍ରେରିରେ ମିଳିବ ପୁରୁଣା ରାୟର ସିଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭାଗ ପାଇଁ ଆଇନଗତ ସମସ୍ୟା ଉପୁଜିଲେ, କୌଣସି ବିବାଦର ସମାଧାନ ପାଇଁ ପୂର୍ବରୁ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟ ବିଷୟରେ ଜାଣିବାକୁ ହେଲେ ଆଉ ସୁପ୍ରିମକୋର୍ଟ/ହାଇକୋର୍ଟର ପୂର୍ବତନ ବିଚାରପତି, ବିଚାରପତି, ଆଇନଜୀବୀଙ୍କ ସହ ପରାମର୍ଶ କରିବାକୁ ପଡ଼ିବନି କି ସର୍ବୋଚ୍ଚ ନ୍ୟାୟାଳୟର ପାଠାଗାରକୁ ଯିବାକୁ ପଡ଼ିବନି। ସଚିବାଳୟ ପରିସରରେ ହିଁ ସବୁ ପୁରୁଣା ରାୟର ସବିଶେଷ ସୂଚନା ମିଳିଯିବ। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ଅଭିଯୋଗ ଓ ଆବେଦନ ସମ୍ପର୍କିତ ରାୟ ପୂର୍ବରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି। ଏହାକୁ ଅନୁକରଣ କରି ବହୁ ଅଭିଯୋଗ ଓ ଆବେଦନର ତୁରନ୍ତ ସମାଧାନ କରିହେବ। ତେଣୁ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଯେପରି ସମସ୍ତ ବିଭାଗ ପାଇଁ ସହଜରେ ଉପଲବ୍ଧ ହେବ ସେଥିପାଇଁ ସଚିବାଳୟ ପାଠାଗାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୯୫୦ ମସିହାରୁ ୨୦୧୭ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଦେଇଥିବା ରାୟଗୁଡ଼ିକ ସିଡି ମାଧ୍ୟମରେ ଏଠାରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର