ଟ୍ରେଷ୍ଟି ସିକ୍ୟୁରିଟିଜ୍‌ ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ : ଟ୍ରେଷ୍ଟି ସିକ୍ୟୁରିଟିଜ ଲିମିଟେଡ କମ୍ପାନି ନିର୍ଦ୍ଦେଶକ ହରିଅର୍ଜୁନ ପଣ୍ଡାଙ୍କ ଜାମିନ କଟକ ଡେଜିଗନେଟେଡ୍‌ କୋର୍ଟ ଖାରଜ କରିଛନ୍ତି। ସେ ଜାମିନ ପାଇଁ ସାନି ଆବେଦନ କରିଥିବା ବେଳେ ଶୁଣାଣି ବେଳେ ସରକାରରଙ୍କ ପକ୍ଷରୁ ସ୍ପେଶାଲ ପିପି ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ ଅଭିଯୁକ୍ତଙ୍କ ଜାମିନ ପୂର୍ବରୁ ମଧ୍ୟ ଖାରଜ ହୋଇଛି। ଏଥି ସହିତ ଟ୍ରେଷ୍ଟି ସଂସ୍ଥା ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ସରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ବିଭିନ୍ନ ଯୋଜନା ମାଧ୍ୟମରେ ଟ୍ରେଷ୍ଟି ସଂସ୍ଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ସାଧାରଣ ଜମାକାରୀଙ୍କ ନିକଟରୁ ପ୍ରାୟ ୧୦ କୋଟି ଟଙ୍କା ସଂଗ୍ରହ କରି ଆଉ ଧରାଛୁଆଁ ଦେଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ସଂସ୍ଥା ବିରୋଧରେ ୨୦୧୫ରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଏହାର ପରିଚାଳନା ନିର୍ଦ୍ଦେଶକ ଦୟାନିଧି ମହାପାତ୍ର ଓ ଅନ୍ୟ କେତେକ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦୟାନିଧି ମହାପାତ୍ର, ନିର୍ଦ୍ଦେଶକ ହରିଅର୍ଜୁନ ପଣ୍ଡା, ରଶ୍ମିରଂଜନ ମହାପାତ୍ର, ଶଶିଭୂଷଣ ଦାସ ପ୍ରମୁଖଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର