ଦାଦାବଟି ମାମଲାରେ ଧଳସାମନ୍ତଙ୍କ ଜାମିନ ଖାରଜ

କଟକ : ବାଦାମବାଡି ଥାନାରେ ଦାଦାବଟି ଆଦାୟକୁ ନେଇ ରୁଜୁ ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଜାମିନ ଖାରଜ ହୋଇଛି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଧଳସାମନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଏସ୍‌.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଧଳସାମନ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ଏହି ମାମଲା କଟକ ଜେଏମ୍‌ଏଫ୍‌ସି ଅଦାଲତରେ ବିଚାରାଧୀନ ଥିବା ବେଳେ ୧୩ ଜଣ ସାକ୍ଷୀଙ୍କ ମଧ୍ୟରୁ କେତେକଙ୍କ ସାକ୍ଷ୍ୟ ଗ୍ରହଣ ସରିଛି ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥି ସହିତ ବାଦାମବାଡି ଥାନା ଆଇଆଇସି ବ୍ୟକ୍ତିଗତ ଭାବେ ହାଜର ହୋଇ କେସ୍‌ ଡାଏରି ଦାଖଲ କରିବା ସହିତ ଆବେଦନକାରୀଙ୍କ ବିରୋଧରେ ବିଚାରାଧୀନ ଅନ୍ୟ ମାମଲା ଗୁଡିକ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର