ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀ, ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ସଂସ୍କୃତ ବିଦ୍ବାନ୍ ପଣ୍ଡିତ ଦୟାନିଧି ଦାଶ, ବିଶିଷ୍ଟ ବାଗ୍ମୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଆଜୀବନ ସମର୍ପିତ ବ୍ରହ୍ମାକୁମାର ସୌଭାଗ୍ୟ ଭାଇ ପ୍ରମୁଖ ଗତକାଲି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତ୍ ଅବସରରେ ବ୍ରହ୍ମାକୁମାରୀ ମୁଖ୍ୟାଳୟ ମାଉଣ୍ଟଆବୁର କାର୍ଯ୍ୟନିର୍ବାହୀ ସଚିବ ତଥା ଶିକ୍ଷା ପ୍ରଭାରୀ ରାଜଯୋଗୀ ମୃତ୍ୟୁଞ୍ଜୟ ଭାଇଜୀ ଓ ଶିକ୍ଷା ଉପନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ଲୀନା ଭଉଣୀ ଉପସ୍ଥିତ ଥିଲେ। ବ୍ରହ୍ମାକୁମାରୀ ଭଦ୍ରକର ମୁଖ୍ୟ ସଂଚାଳିକା ମଂଜୁ ଭଉଣୀ ରାଷ୍ଟ୍ରପତିଙ୍କୁ ଉପହାର ଉପଢୌକନ ସହ ରାକ୍ଷୀ ବନ୍ଧନ କରି ଶୁଭବାର୍ତ୍ତା ପ୍ରଦାନ କରିଥିଲେ।

ପ୍ରସିଦ୍ଧ ଶୈବପୀଠ ଆରଡ଼ିଠାରେ ଈଶ୍ବରୀୟ ଜ୍ଞାନ ଯୋଗ ପାଇଁ ନବନିର୍ମିତ ‘ପାବନ ଧାମ’ର ଶୁଭ ଉଦ୍‌ଘାଟନ କରିବା ନିମନ୍ତେ ବ୍ରହ୍ମାକୁମାରୀ ମଂଜୁ ଭଉଣୀଙ୍କ ସମେତ ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବ୍ରହ୍ମାକୁମାର ସୌଭାଗ୍ୟ ସଶ୍ରଦ୍ଧ ଈଶ୍ବରୀୟ ନିମନ୍ତ୍ରଣ କରିଥିଲେ। ଈଶ୍ବରୀୟ ଜ୍ଞାନଯୋଗ, ସେବା ଧାରଣାରେ ସମସ୍ତେ ସମର୍ପିତ ହୋଇ କାର୍ଯ୍ୟ କଲେ ପରମାତ୍ମାଙ୍କ କୃପା ଅବଶ୍ୟପ୍ରାପ୍ତ ହେବ ବୋଲି ରାଷ୍ଟ୍ରପତି ଶୁଭବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ମଂଜୁ ଭଉଣୀଙ୍କ ପକ୍ଷରୁ ପ୍ରଦତ୍ତ ୨୦୧୭ ମସିହାରେ ଶ୍ରୀମତୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମରୁ ଆସିଥିବାର ସ୍ମୃତି ଉପହାରକୁ ଦେଖି ଖୁସି ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର