ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇ ମୃତ

ଆଳି: ଶନିବାର ସକାଳେ ସ୍ଥାନୀୟ ଲୋକାପଡ଼ା ଗ୍ରାମ ଅଞ୍ଚଳର ଖରାଖାଇ ଗଳିରେ ଗୋଟାଏ ପୋଖରୀରେ ବୁଡ଼ି ଯାଇ ଦୁଇଜଣ ଛୋଟ ପିଲାଙ୍କର ମୃତ୍ୟୁ ଘଟିଛି।

ମୃତ ବାଳକ ଦ୍ୱୟ ହେଉଛନ୍ତି ମହମ୍ମଦ ରଫିଙ୍କ ପୁଅ ସେକ୍‌ ଫର୍‌ହାନ୍‌ ଏବଂ ନସିବା ଖାତୁନ୍‌ଙ୍କ ଦେଢ଼ବର୍ଷିୟ ପୁଅ ଆବୁ ବେକର୍‌। ଉଭୟ ଖେଳୁଥିବା ସମୟରେ ସ୍ଥାନୀୟ ଲାହାସାହି ପୋଖରୀରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି।

ଘର ବାହାରେ ଖେଳୁଥିବା ସମ୍ପର୍କୀୟ ଭାଇ ଦୁଇଜଣଙ୍କ ନ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ପୋଖରୀରେ ସେମାନଙ୍କ ଶବ ଦେଖି ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର