ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସି ରହିବା ପରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରୁଥିବା ବେଳେ ଭାରତରେ ଥିବା ତାଙ୍କ ସମ୍ପର୍କୀୟ ଭାଇ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଖୁସି ଲାଗୁଛି କିନ୍ତୁ ମୁଁ ଭୟଭୀତ। ନାସା ମହାକାଶଚାରୀ ସୁନୀତାଙ୍କ ସମ୍ପର୍କୀୟ ଭାଇ ଦିନେଶ ରାଵଲ କହିଛନ୍ତି ଯେ ଦୁହେଁ ଗୋଟିଏ ପରିବାର ଭଳି ଏକାଠି ରହୁଥିଲେ ଓ ପାଠ ପଢ଼ୁଥିଲେ। ସେ କହିଛନ୍ତି, ଆମେ ଚାହୁଛୁ ଯେ ସେ ଯେତେ ଶୀଘ୍ର ସମ୍ଭବ ପୃଥିବୀକୁ ଫେରି ଆସନ୍ତୁ।
ମୋତେ ଖୁସି ଲାଗୁଛି, କିନ୍ତୁ ମୁଁ ଭୟଭୀତ। ଆମେ କେବଳ ଚାହୁଛୁ ଯେ ସେ ଭଲରେ ଭଲରେ ପୃଥିବୀକୁ ଫେରି ଆସନ୍ତୁ ଓ ସୁସ୍ଥ ରୁହନ୍ତୁ।ଏତେ ଲମ୍ବା ଯାତ୍ରା କରି ପୃଥିବୀକୁ ଫେରିବା ପରେ ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ‘ବୁଚ୍’ ୱିଲ୍ମୋର ଗୁରୁତ୍ୱପୂର୍ଣ୍ଣ ଶାରୀରିକ ତଥା ସ୍ବାସ୍ଥ୍ୟଗତ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଵିଲିୟମ୍ସଙ୍କ ସମ୍ପର୍କୀୟ ଭାଇ ରାଵଲ ନାସା ମହାକାଶଚାରୀଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କ ପିଲାଦିନର ସ୍ମୃତିକୁ ମନେ ପକାଇଛନ୍ତି। ଯେତେବେଳେ ସେ ଛୋଟ ଥିଲେ, ସେ ଏଠାକୁ ଆସିଥିଲେ। ମୁଁ ତାଙ୍କୁ ଓଟରେ ବସାଇ ବୁଲାଇବା ପାଇଁ ନେଉଥିଲି, ସେ ଓଟରୁ ଓହ୍ଲାଉ ନ ଥିଲେ। ଆମେ ସୋମନାଥ ମନ୍ଦିରକୁ ଯାତ୍ରା କରିଥିଲୁ, ଭାରତର ବିଭିନ୍ନ ସ୍ଥାନ ବୁଲିଥିଲୁ। ମୁଁ ବୋଷ୍ଟନରେ ତାଙ୍କ ବିବାହରେ ଯୋଗ ଦେଇଥିଲି। ସେ ଛୋଟ ବେଳୁ ସାହସୀ ଥିଲେ। ଆମେ କେବେ ବି ଅଲଗା ହୋଇ ନ ଥିଲୁ ବୋଲି ରାୱଲ କହିଛନ୍ତି।