ଦଶରଥପୁର: କାଳବୈଶାଖୀର ପ୍ରକୋପରେ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରୋବରାହ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା, ଶଙ୍ଖ ଫାଟିଯିବା, ତାର ଛିଡ଼ିଯିବା ଭଳି ଘଟଣା ଘଟିଛି। ଗରମରେ ଲୋକେ ନାହିଁନଥିବା ହିନସ୍ତା ହେଉଛନ୍ତି। ବିଦ୍ୟୁତ୍‌ କର୍ମଚାରୀଙ୍କୁ ଯୋଗାଯୋଗ କଲେ କୌଣସି ଉତ୍ତର ମିଳୁନାହିଁ।

Advertisment

ଅଭିଯୋଗ ନମ୍ବରଟିକୁ ବନ୍ଦ କରିଦିଆଯାଉଛି। ଶେଷରେ ଆଜି ବହୁ ଉପଭୋକ୍ତା ମଧୁପୁର ଷ୍ଟ୍ରକଚରରେ ଘେରାଉ କରିଥିଲେ। କୌଣସି ଅଧିକାରୀ କାର୍ଯ୍ୟାଳୟକୁ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।