କୋଭାକସିନ ୟୁକେ ଷ୍ଟ୍ରେନ ଲାଗି ମଧ୍ୟ କାର୍ଯ୍ୟ କରିବ ବୋଲି ବୈଜ୍ଞାନିକ ପ୍ରଣାଳୀରେ ଜଣାଯାଇଛି: ଡାକ୍ତର ଭେଙ୍କଟ ରାଓ

ଭୁବନେଶ୍ବର: କୋଭାକସିନର ପ୍ରଥମ ଏବଂ ଦ୍ଵିତୀୟ ଫେଜ ଟ୍ରାଏଲରେ ଫଳପ୍ରଦ ରହିଥିଲା। ଦୁଇଟି ପର୍ଯ୍ୟାୟରେ ପ୍ରାୟ ଏକ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା ଏବଂ ନିରାପଦ ବୋଲି ଦେଖାଯାଇଥିଲା। ବର୍ତମାନ ତୃତୀୟ ପର୍ଯ୍ୟାୟରେ ପାଖାପାଖି ପଚିଶ ହଜାର ଲୋକଙ୍କୁ ଏହି ଟିକା ଦିଆଯାଇଛି ଯାହାର ରିପୋର୍ଟ ନିରାପଦ ରହିଛି। କିନ୍ତୁ ଏହା କେତେ ଫଳପ୍ରଦ ତୃତୀୟ ପର୍ଯ୍ୟାୟ ଶେଷରେ ହିଁ ମିଳି ପାରିବ। କୋଭାକସିନ ଟିକା ନିର୍ମାତା ସରକାରଙ୍କୁ ବିକ୍ରି କରିବେ, ଏହା ପରେ ସରକାର ନିଷ୍ପତ୍ତି ନେବେ ଏହାକୁ ସେ ଲୋକମାନଙ୍କୁ ବିକ୍ରି କରିବେ ଅବା ମାଗଣାରେ ଦେବେ। ତାହା ବର୍ତମାନ ସୁଦ୍ଧା ନିଷ୍ପତ୍ତି ନିଆଯାଇନାହିଁ  ବୋଲି କହିଛନ୍ତି ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଭେଙ୍କଟ ରାଓ।

ଶ୍ରୀ ରାଓ କହିଛନ୍ତି ଯେ କୋଭାକସିନ ଅନ୍ୟ ଟିକା କୋଭିସିଲଡ଼ ଏବଂ ଫାଇଜର ଟିକାଠାରୁ ଭିନ୍ନ। ଏହି ଟିକା ଭାଇରସକୁ ସମ୍ପୂର୍ଣ ନିଷ୍କ୍ରିୟ କରି ତିଆରି କରାଯାଇଛି। କୋଭିସିଲଡ଼ ହେଉଛି ଡିଏନଏ ଓ ଫାଇଜର ଟିକା ହେଉଛି ଏମ.ଆର.ଏନ.ଏ ଭାକସିନ ଏବଂ କୋଭାକସିନ ହେଉଛି ଟାଇମ ଟେଷ୍ଟେଡ ଭାକସିନ। ଏହି ପ୍ରଣାଳୀରେ ପୂର୍ବରୁ ଅନେକ ଟିକା ତିଆରି ହୋଇଛି। ଏହାର ପ୍ରସ୍ତୁତି ସମୟ ସାପେକ୍ଷ ଅଟେ। କୋଭାକସିନ ୟୁକେ ଷ୍ଟ୍ରେନ ଲାଗି ମଧ୍ୟ କାର୍ଯ୍ୟ କରିବ ବୋଲି ବୈଜ୍ଞାନିକ ପ୍ରଣାଳୀରେ ଜଣାଯାଇଛି କିନ୍ତୁ ଏଫିକାସି ରେଜଲ୍ଟ ଆସିବା ପରେ ହିଁ ସବିଶେଷ ବିବରଣୀ ଜଣା ପଡିବ।

ସମ୍ବନ୍ଧିତ ଖବର