ତୁମୁଡିବନ୍ଧ: ଆପଣଙ୍କୁ ଗାଡି ପାଇଁ ପାସ ଦରକାର କି ତେଵେ ବଡ଼ ବଡ଼ିଆ ଓ ଅଫିସରଙ୍କ ନିଜ ଲୋକ ହୋଇଥିବା ଦରକାର ନହେଲେ ଯେତେ ଜରୁରୀ ଥିଲେ ବି ତୁମୁକୁ କୋଭିଡ଼-୧୯ ଗାଡି ପାସ ମିଳି ପାରିବ ନାହିଁ । ଏ କଥା ଆମେ କହୁନୁ ସାଧାରଣ ଲୋକ କହିବା ଆରମ୍ଭ କଲେଣି । କନ୍ଧମାଳ ଜିଲ୍ଲା ବାହାରକୁ ତଥା ପଡୋଶୀ ଜିଲ୍ଲା ଗଞ୍ଜାମକୁ ଯିବାକୁ ହେଲେ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ଦରକାର ଏହି ଅନୁମତି ପତ୍ର ଦେବା ପାଇଁ ଜିଲ୍ଲାପାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଦାଇତ୍ୱ ଦେଇଛନ୍ତି । ଯଦି ସାଧାରଣ ଲୋକଟିଏ ତାର ଜରୁରୀ ଥିବା କାରଣ ଦର୍ଶାଇ ତାଙ୍କ ନିକଟକୁ ଯାଏ ତାକୁ ଏଭଳି ଢଙ୍ଗରେ କହି ଘରକୁ ପଠାଇ ଦିଅନ୍ତି ଯେତେ କାକୁତି ମିନତୀ ହେଲେ ମଧ୍ୟ ତାହା ଶୁଣନ୍ତି ନାହିଁ । ଏଭଳି ଅଭିଯୋଗ କରିଛନ୍ତି ତୁମୁଡିବନ୍ଧର ସନ୍ଦୀପ ପଣ୍ଡା । ବାପାର ମୃତ୍ୟୁ ଖବର ପାଇ ଝିଅ ଓ ଜ୍ୱାଇଁ ବ୍ରହ୍ମପୁରରୁ ମାର୍ଚ୍ଚ ୨୫ତାରିଖରେ ଆସିଥିଲେ । ଝିଅକୁ ଘରେ ଛାଡି ଜ୍ୱାଇଁ ବ୍ରହ୍ମପୁର ଚାଲିଯାଇ ଥିଲେ । ବାପାର କାର୍ଯ୍ୟ ସାରିବା ପରେ ସ୍ୱାମୀ ଓ ଘର ସମସ୍ୟା ଥିବା ସତ୍ୱେ ସେ ଏପ୍ରିଲ ୧୫ରେ ଲକଡାଉନ ଖୋଲିଲେ ଯିବା ପାଇଁ ମାନସିକ ପ୍ରସ୍ତୁତ ଥିଲେ କିନ୍ତୁ ଲକଡାଉନ ଅବଧି ବୃଦ୍ଧି ହେବା ଫଳରେ ସ୍ୱାମୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ କାର ପାସ ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ତାଙ୍କୁ ପାସ ଦିଆ ଯାଇ ପାରିବ ନାହିଁ ବୋଲି ରୋକ ଠୋକ ମନା କରିଦେଇ ଥିଲେ । କିନ୍ତୁ ଏହା ପରେ ବହୁ ଲୋକ ଯାଇ ପାସ ହାତେଇ ଥିବା ଅଭିଯୋଗ ହୋଇଛି । ସେ ନୁହନ୍ତି ଏଭଳି ବହୁ ଭଦ୍ର ଓ ସାଧାରଣ ଲୋକ ପାସ ନପାଇ ଗଳା ବାଟ ଦେଇ ଜିଲ୍ଲା ବାହାରକୁ ଯିବା ଆସିବା କରୁଛନ୍ତି ଯାହା ଜିଲ୍ଲା କୁ କେତେ ଲୋକ ଆସିଲେ ଜିଲ୍ଲା ରୁ କେତେ ଲୋକ ଗଲେ ତାହାର ତଥ୍ୟ ମିଳୁନାହିଁ । ପଡୋଶୀ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଘଟଣାର ଗୁରୁତ୍ୱ ଥିଲେ ନିୟମ ଅନୁଯାୟୀ ପାସ ଦେଉଥିବା ବେଳେ ଏହି ଜିଲ୍ଲାରେ ମୁହଁ ଦେଖା କାରବାରରେ ପାସ କାହିଁକି ଚାଲୁଛି ଯଦି ଏଭଳି ଚାଲେ ତେଵେ ଆଗାମୀ ଦିନ ରେ ଜିଲ୍ଲାରେ କିମ୍ବା କୌଣସି ସାଧାରଣ ଲୋକ ର କୌଣସି ଅସୁବିଧା ହୁଏ ତେବେ ଜିଲ୍ଲା ପ୍ରଶାସନ ଦାଇ ରହିବ ବୋଲି ପରିବାର ଲୋକ କହିଛନ୍ତି । କନ୍ଧମାଳ ସୀମା ସିଲ ହୋଇଛି ସବୁବେଳେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସଫେଇ ଦିଆ ହଉଛି କିନ୍ତୁ କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକ ଭଳି ରେଡ ଜୋନ ରୁ ଗାଡି ଜିଲ୍ଲାକୁ ଓ ଜିଲ୍ଲା ମଧ୍ୟ ଦେଇ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ଅନୁମତି ମିଳୁଛି ଓ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ମଧ୍ୟ ସବୁବେଳେ ଗାଡି ପାସ ନେଇ ଆସୁଥିବା ଦେଖିବାକୁ ମିଳୁଛି ।
ମୁହଁ ଦେଖା ରେ ଚାଲିଛି କୋଭିଡ଼-୧୯ପାସ ମଞ୍ଜୁରୀ, ସାଧାରଣ ଲୋକ ନିରାଶ
/sambad/media/post_attachments/wp-content/uploads/2020/04/13ccda0a-fcaa-4867-98ab-167d53886164.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)