କିଛି ସ୍ଥାନରେ ଧୀରେ ଧୀରେ କମୁଛି ସଂକ୍ରମଣ; ଚିନ୍ତା ବଢ଼ାଉଛି ଭୁବନେଶ୍ୱର ଓ ମୟୁରଭଞ୍ଜ

ଭୁବନେଶ୍ବର: ବେଶ କିଛି ଦିନ ହେଲା କରୋନା ସଂକ୍ରମଣ ହାର କମୁନାହିଁ । ପ୍ରତ୍ୟେକ ଦିନ ୩ହଜାର ପାଖାପାଖି ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ତେବେ କୁହାଯାଉଛି କି, ବର୍ତ୍ତମାନ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନାହିଁ । ସେମାନେ ଗୁରୁତର ହେଉନାହାନ୍ତି, କିମ୍ବା ତାଙ୍କ ଠାରେ କରୋନାର ସେଭଳି ଅଧିକ ପ୍ରଭାବ ଦେଖିବାକୁ ମିଳୁନାହିଁ । ହସ୍ପିଟାଲ ବେଡ଼ ମଧ୍ୟ ଖାଲି ରହୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୁଚନା ଦେଇଛନ୍ତି ।

ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଟିପିଆର ଅନୁସାରେ ସଂକ୍ରମଣ ବଢୁନି । ଯେଉଁଠି ଅଧିକ ପଜିଟିଭ ଆସୁଛି ସେଠି ଫୋକସ କରାଯାଉଛି । ତୃତୀୟ ଲହର କାଳ୍ପନିକ ଅବସ୍ଥାରେ ଅଛି । ସରକାର ଯେଉଁ ତିନି ମାସ ଘର ଘର ବୁଲି ସର୍ଭିଲେନ୍ସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏବେ ଚାଲୁଅଛି । ଏହା ଭିତରେ ଯାହାଙ୍କର କୋଭିଡ୍ ପଜିଟିଭ ବାହାରୁଛନ୍ତି ତାଙ୍କୁ ଆଇସୋଲେଟ କରାଯାଉଛି ।

ସେପଟେ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମୁଛି । ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା କମ୍ ଅଛି । ଚିନ୍ତା ବଢ଼ାଉଛି ଭୁବନେଶ୍ୱର ଓ ମୟୁରଭଞ୍ଜ । ତେବେ ଲୋକ ଟେଷ୍ଟ କରିବାକୁ ଆସୁଛନ୍ତି ଓ ପଜିଟିଭ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବଢ଼ୁନି ଓ ରୋଗୀ ଗୁରୁତର ହେଉ ନାହାନ୍ତି ଯାହା ଆସ୍ବସ୍ତିକର ଖବର ।

ଉପକୂଳ ୫ ଜିଲ୍ଲାରେ ଟ୍ରେସିଂ , ଟେଷ୍ଟିଙ୍ଗ, ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ସଂକ୍ରମଣ କମୁ ନଥିବା ଜିଲ୍ଲାରେ ସର୍ଭିଲେନ୍ସ ବଢ଼ାଯିବ ଏବଂ ଟେଷ୍ଟିଙ୍ଗ ମଧ୍ୟ ବଢ଼ାଯିବ । କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଅନ୍ୟପକ୍ଷରେ ତୃତୀୟ ଲହର ପାଇଁ ଯେତିକି ମେଡିକାଲ ଅଛି ଯଥେଷ୍ଟ । ଆବଶ୍ୟକ ପଡିଲେ ନୂଆ ମେଡିକାଲ ହେବ ।

 

 

ସମ୍ବନ୍ଧିତ ଖବର