ରାଜ୍ୟରେ ଆଜି ପୁଣି ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରୁ, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

 

ଗଞ୍ଜାମରୁ ମୃତ୍ୟୁ ଘଟିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର କରୋନା ସଂକ୍ରମଣ ପୂର୍ବରୁ ଅଲଗା ରୋଗ ଥିଲା। ଗଞ୍ଜାମର ୪୨ ବର୍ଷିଅ ବ୍ୟକ୍ତିଙ୍କର  ପୂର୍ବରୁ ମଧୁମେହ ଥିବା ବେଳେ ୫୩ ବର୍ଷିଅ ବ୍ୟକ୍ତିଙ୍କର ହାଇପରଟେନ୍‌ସନ ଥିଲା ଓ ୬୩ ବର୍ଷିଅ ବ୍ୟକ୍ତିଙ୍କର ମଧୁମେହ ସହ କିଡ୍‌ନି ରୋଗ ମଧ୍ୟ ଥିଲା। ସେହିପରି ୫୫ ବର୍ଷ ବୟସ୍କ ସୁନ୍ଦରଗଡ଼ର ବ୍ୟକ୍ତି ଓ କେନ୍ଦୁଝରର ୨୧ ବର୍ଷିଅ ଯୁବକଙ୍କର  ପୂର୍ବରୁ ମଧୁମେହ ରହିଥିଲା

 

 

ଅନ୍ୟ ପକ୍ଷରେ ଆଜି ଦୁଇ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ପୀଡ଼ିତ ଥାଇ ମୃତ୍ୟୁମୁଖରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର