ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ‘ରେମଡେସିଭିର୍’, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଉକ୍ତ ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ ବୋଲି ସେ କହିଛନ୍ତି।
ହାଇଦ୍ରାବାଦ ସ୍ଥିତ ହେଟେରୋ ହେଲଥ କେୟାର ଲିମିଟେଡର କୋଭିଫୋର, କରୋନା ଔଷଧ ରେମଡେସିଭିରର ଜେନେରିକ ସଂସ୍କରଣ ଓଡ଼ିଶାରେ ପହଞ୍ଚିଛି ବୋଲି ସେ ଆଜି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଔଷଧ ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକ୍ସନ ଯୋଗ୍ୟ) ଉପଲବ୍ଧ | ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ବାବଧାନରେ ଏହା ଏକ ଡାକ୍ତରଖାନାରେ, ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ଔଷଧ ପାଇଁ ଭିଆଲ ପିଛା ସର୍ବାଧିକ ଖୁଚୁରା ମୂଲ୍ୟ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଫାର୍ମା କଂପାନି ସିପ୍ଲା ପକ୍ଷରୁ କୁହାଯାଇଛି ଯେ ଏହାର ରେମଡେସିଭିରର ଜେନେରିକ୍ ଭର୍ସନ ପ୍ରତି ଭିଆଲ୍ ୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର