କୋରାପୁଟ: ଆସନ୍ତା ୨୧ ତାରିଖରୁ କୋରାପୁଟରେ କାର୍ଯ୍ୟକ୍ଷମ ହେବ କୋଭିଡ ଡାକ୍ତରଖାନା। ଏସଏଲଏନ ମେଡିକାଲ କଲେଜରେ ହେବାକୁ ଥିବା ଏହି ଡାକ୍ତରଖାନାରେ ୭୦ଟି ଶଯ୍ୟା ରହିବ। ଏହି ଡାକ୍ତରଖାନା କାମ ଜୋରସାରରେ ଚାଲିଥିଲାବେଳେ ଏଠାରେ ୫ଟି ଆଇସିୟୁ ମଧ୍ୟ ରହିବ।
କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ମେଡିକାଲ କଲେଜର ଏକ କୋଭିଡ ୱାର୍ଡ କରାଯିବା ନେଇ ସରକାର ଘୋଷଣା କରିଥିଲେ। କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ ଅବସରରେ ଏହି କୋଭିଡ ୱାର୍ଡ ନେଇ ସୂଚନା ଦେଇଥିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ପରେ ସରକାର ଏଥିନେଇ ବିଧିବଦ୍ଧ ଘୋଷଣା କରିଥିଲେ।
ସୂଚନା ଅନୁସାରେ, ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଏହି କୋଭିଡ ଡାକ୍ତରଖାନା କରାଯିବ। ଏଥିରେ ୭୦ ଶଯ୍ୟା ରହିବ। ଏହା ଭିତରେ ୫ଟି ଆଇସିୟୁ ମଧ୍ୟ ରହିବ। କୋଭିଡ ରୋଗୀଙ୍କ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଏଠାରେ ରହିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥକୁ ଅଲଗା କରାଯାଇଛି। ପୁରୁଣା ଡାକ୍ତରଖାନା ସହ ଏହାର କୌଣସି ସଂପର୍କ ରହିବ ନାହିଁ। କୋଭିଡ ଡାକ୍ତରଖାନା ପାଇଁ ଏକ ଅଲଗା ପ୍ରବେଶ ପଥ ରହିବ। ଏହି କୋଭିଡ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଜୋରସାରରେ ଚାଲିଛି। ଆସନ୍ତା ୨୧ ତାରିଖରେ ଏହା ଉଦ୍ଘାଟନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/koraput-medical.jpg)