ଜୟପୁର : କରୋନା ହାରିବ, ମାନବ ସମାଜ ଜିତିବ। ଆଉ କର୍ମହରା ଶ୍ରମିକ ଓ ଲୋକେ ପୁଣି ଥରେ ଫେରି ପାଇବେ ସେମାନଙ୍କ କାର୍ଯ୍ୟସଂସ୍ଥାନ। ଆଉ ସହଜରେ ପୁଣିଥିରେ ଉଠି ଗଡି ଚାଲିବ ସଂସାର ରଥ। ଯେପରି ଭାବେ ସେମାନଙ୍କ ସାଧାରଣ ଜୀବନ ଯାପନ ପାଇଁ କୌଣସି ସମସ୍ୟା ଉପୁଜିବନି ସେଥି ଉପରେ ବେଶ ଯତ୍ନଶୀଳ ହୋଇଛି କୋରାପୁଟ ଜିଲ୍ଲା ଜୟପୁର ପଞ୍ଚାୟତ ସିମିତି। ପଞ୍ଚାୟତରାଜ ବିଭାଗ ପକ୍ଷରୁ ପଞ୍ଚାୟତସ୍ତରରେ ରହୁଥିବା ଶ୍ରମିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା ଗ୍ରହଣ କରାଯାଇ ଥିବାବେଳେ ପ୍ରାୟ ୧୮ହଜାର ଜବକାର୍ଡଧାରୀଙ୍କୁ ମନରେଗାରେ କାର୍ଯ୍ୟ ପାଇବେ।

Advertisment

publive-image

ପୂର୍ବରୁ ଯଦିଓ ଏହି ଜବକାର୍ଡଧାରୀ କାର୍ଯ୍ୟ କରୁଥିଲେ କିନ୍ତୁ କୋଭିଡ-୧୯ ପାଇଁ ଏହି ଜବକାର୍ଡ ଧାରୀମାନେ ସାମାଜିକ ଦୂରତ୍ବ ରକ୍ଷା କରି ଦେଶଗଠନରେ ନିଜକୁ ନିୟୋଜିତ କରିବେ। ଏଥିପାଇଁ ରାଜ୍ୟ ସରକାର୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ ୬୮ ହଜାର ୫୩୦ କର୍ମସଂସ୍ଥାନ କରିଥିବାବେଳେ ୨୦୨୦-୨୧ରେ ଏବେ ଯାଏ ୧୧,୨୮୭ କର୍ମସଂସ୍ଥାନ ଆରମ୍ଭ କରିସାରିଲାଣି। ଏହି ଯେଉଁ ୧୧ହଜାର କର୍ମସଂସ୍ଥାନ ଆରମ୍ଭ ହୋଇଛି ତାହା ଗତ ଦୁଇ ସପ୍ତାହ ମଧ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ଲକରେ ୧୧,୨୮୭ କର୍ମଦିବସ ଆରମ୍ଭ କରିଛି ଜୟପୁର ବ୍ଲକ। ପ୍ରତି ଗାଁରୁ ୧୦ଟି ଲେଖାଏଁ ଗୋଷ୍ଠିଭିତ୍ତିକ ଓ ବ୍ୟକ୍ତି ଭିତ୍ତିକ କାର୍ଯ୍ୟସଂସ୍ଥାନ ଯୋଗାଡ କରିଛି ବ୍ଲକ ପ୍ରଶାସନ। ଜୟପୁର ବ୍ଲକରେ ୨୨ଟି ପଞ୍ଚାୟତ ରହିଥିବାବେଳେ ୨୬୭ଟି କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି। ୧୦୦ଦିନିଆ କାର୍ଯ୍ୟ ପାଇଁ ପ୍ରତି ଜବକାର୍ଡଧାରୀଙ୍କୁ ୧୮୬ ଟଙ୍କା ମିଳୁଥିବାବେଳେ ସରକାରଙ୍କ କୋଭିଡ କାର୍ଯ୍ୟକ୍ରମରେ ସେମାନଙ୍କୁ ୨୦୭ ଟଙ୍କା ଲେଖାଏ ମିଳିବ। ୨୨ଟି ପଞ୍ଚାୟତରେ ମୁଖ୍ୟତଃ ଜଳସଂରକ୍ଷଣ ଓ ମୂତ୍ତିର୍କା ସଂରକ୍ଷଣ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

publive-image

ତେବେ ଏହି କାର୍ଯ୍ୟ ହେବା ପରେ ଜୟପୁର ବ୍ଲକର ପ୍ରଶାସକ, ପିଇଓ ଓ ଜିଆରଏସଙ୍କ ସହ ବିଡିଓ ନିଜେ ଏହି କାର୍ଯ୍ୟର ସମୀକ୍ଷା କରିବେ। ତେବେ ବ୍ଲକର ଅଧୀନରେ ହେଉଥିବା କାର୍ଯ୍ୟକ୍ଷେତ୍ରରେ କିପରି ସମାଜିକ ଦୂରତା ରକ୍ଷା ସହ କୋରାନାକୁ ହରାଇବାକୁ ସ୍ବଚ୍ଛତା ଗ୍ରହଣ କରାଯିବ ତାହାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜୟପୁର ବ୍ଲକରେ ୨୬ହଜାର ୮୩୬ଟି ଜବକାର୍ଡଧାରୀ ରହିଛନ୍ତି। ଏହାସହ ୫୯ହଜାର ୭୦୪ଜଣ ଶ୍ରମିକ ରହିଛନ୍ତି। ତେବେ ୨୦୧୬-୧୭ ଆର୍ଥିକ ବର୍ଷରେ ଜୟପୁର ବ୍ଲକରେ ୧ଲକ୍ଷ ୮୩ହଜାର ଖର୍ଚ୍ଚ ହୋଇଥିବାବେଳେ ୨୦୧୭-୧୮ରେ ୨ ଲକ୍ଷ ୯୫ହଜାର ଓ ୨୦୧୮-୧୯ରେ ୩ଲକ୍ଷ ୨୨ହଜାର କର୍ମସଂସ୍ଥାନ ପ୍ରଦାନ ହୋଇଛି।

publive-image

ଏନେଇ ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ମନରେଗାରେ ଯେଉଁ ସବୁ କାର୍ଯ୍ୟ ସଂସ୍ଥାନ ସୃଷ୍ଟି ହୋଇଛି ତାହାର ଅର୍ଥ ସଙ୍ଗେ ସଙ୍ଗେ ପ୍ରଦାନ କରାଯିବ। ଅନଲାଇନ ସହ କାମ ସରୁ ସରୁ ଏହା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦାଖଲ ହେବ। ଏହାସହ ପଞ୍ଚାୟତ ସ୍ତରରେ ରହିଥିବା କର୍ମଚାରୀମାନେ ଲୋକଙ୍କୁ ସେମାନଙ୍କ ପ୍ରାପ୍ୟ ସଙ୍ଗେସଙ୍ଗେ ପ୍ରଦାନ କରିବେ। କାର୍ଯ୍ୟକ୍ଷେତ୍ରରେ କିପରି ସାମାଜିକ ଦୂରତା, ପରିଚ୍ଛନ୍ନତା ସହ ମାସ୍କ ବ୍ୟବହାର କରି ଶ୍ରମିକ କାମ କରିବେ ସେଥିପ୍ରତି ଆମେ ଯତ୍ନବାନ ରହିଛୁ ବୋଲି ସେ କହିଛନ୍ତି।