କନ୍ଧମାଳରେ କରୋନାସ୍ଥିତି ସଙ୍ଗୀନ : କାଲି ୨୨, ଆଜି ୪୮ ଆକ୍ରାନ୍ତ ଚିହ୍ନଟ

କନ୍ଧମାଳ: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ କରୋନା କାୟା ବିସ୍ତାର କରୁଛି। ଆଜି ଜିଲ୍ଲାରେ ୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଗତକାଲି ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି (ସୋମବାର) ୪୮ଜଣ ଚିହ୍ନଟ ହୋଇଛନ୍ତି।

20 test positive for COVID-19 in Odisha's Jagatsinghpur after no ...

ମୋଟ ଆକ୍ରାନ୍ତଙ୍କ ଭିତରେ ୪ଜଣ କରୋନା ଯୋଦ୍ଧା ରହିଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉ ନଥିବାର ଅନେକ ଚିତ୍ର ସାମ୍ନାକୁ ଆସିଛି। କନ୍ଧମାଳ ବାସିନ୍ଦା ସରକାରଙ୍କ ଦ୍ୱାରା ଜାରି କୋଭିଡ-୧୯ ନିୟମକୁ ଖୋଲାକୋଲି ଉଲଘଂନ କରୁଥିବା ସହିତ ସାମାଜିକ ଦୂରତା ନିୟମକୁ ଓ ମାସ୍କ ବାଧ୍ୟତାମୂଳକ ନିୟମକୁ ଅବମାନନା କରୁଛନ୍ତି।

କେବଳ ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ଭୋଜିଭାତ କରି ଖାଉଥିବା ବି ଦେଖିବାକୁ ମିଳିଛି। ତାଲାବନ୍ଦ ସତ୍ତ୍ୱେ ଶତାଧିକ ଲୋକ ଏକତ୍ରିତ ହେଉଥିବା ଘଟଣା ପ୍ରଶାସନର ମୁଣ୍ଡବଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର