ରାଜ୍ୟରେ ଆଜି ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ୮୦ ହଜାର ପାର୍‌ ହେଲା ସମୁଦାୟ ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରୁ ଆଜି ପୁଣି ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୮୦,୦୦୦ ପାର କରିଛି।  ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା  ରହିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ୍‌ ରାଜ୍ୟରୁ ୮୦୭୭୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୂଚନା ଅନୁସାରେ ଖୋର୍ଦ୍ଧାରୁ ୮୯୦ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪, ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡ଼ରୁ ୧୨୬, ବାଲେଶ୍ବରରୁ ୧୦୫, ମାଲକାନଗିରିରୁ ୮୭, ସୁନ୍ଦରଗଡ଼ରୁ ୮୬, ସମ୍ବଲପୁରରୁ ୮୪, ପୁରୀରୁ ୮୨, ଭଦ୍ରକରୁ ୬୩, ଜଗତ୍‌ସିଂହପୁରରୁ ୬୨, ଝାରସୁଗୁଡ଼ାରୁ ୫୯, ବରଗଡ଼ରୁ ୫୭, ବଲାଙ୍ଗୀରରୁ ୫୪, କନ୍ଧମାଳରୁ ୫୨, ଅନୁଗୁଳରୁ ୫୧, କେନ୍ଦୁଝରରୁ ୪୬, ସୋନପୁରରୁ ୩୫, ନବରଙ୍ଗପୁରରୁ ୨୫, ଢେଙ୍କାନାଳରୁ ୨୩, ଗଜପତିରୁ ୨୩, କଳାହାଣ୍ଡିରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୭ ଓ ନୂଆପଡ଼ାରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର