ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୪ ଅଙ୍କରେ ରହିଛି ୪ଟି ଜିଲ୍ଲା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୬୨ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୨୧୯, କଟକରେ ୧୩୮୪ ଓ ଯାଜପୁରରେ ୧୦୪୩ ଛୁଇଁଛି।

Advertisment

publive-image The Hindu

୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଆଜି ୨୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।

publive-image

ଏବେ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ହୋଇଥିବା ବେଳେ, ବାଲେଶ୍ବରରେ ୭୫୪, ବରଗଡ଼ରେ ୨୯୯, ଭଦ୍ରକରେ ୩୯୩, ବଲାଙ୍ଗିରରେ ୨୯୭, ବୈଦ୍ଧରେ ୮୦, କଟକରେ ୧,୩୮୪, ଦେଓଗଡ଼ରେ ୬୯, ଢେଙ୍କାନାଳରେ ୧୪୪, ଗଜପତିରେ ୭୪୨, ଗଞ୍ଜାମରେ ୬,୩୬୨, ଜଗତ୍‌ସିଂହପୁରରେ ୬୧୦, ଯାଜପୁରରେ ୧,୦୪୩, ଝାରସୁଗୁଡ଼ାରେ ୨୬୦, କଳାହାଣ୍ଡିରେ ୧୦୨, କନ୍ଧମାଳରେ ୨୬୮, କେନ୍ଦ୍ରାପଡ଼ାରେ ୩୮୯, କେନ୍ଦୁଝରରେ ୪୩୮, ଖୋର୍ଦ୍ଧାରେ ୨,୨୧୯, କୋଟାପୁଟରେ ୩୫୪, ମାଲକାନଗିରିରେ ୩୭୨, ମୟୂରଭଞ୍ଜରେ ୪୮୪, ନବରଙ୍ଗପୁରରେ ୧୭୪, ନୟାଗଡ଼ରେ ୩୪୯, ନୂଆପଡ଼ା‌ରେ ୧୦୦, ପୁରୀରେ ୪୪୪, ରାୟଗଡ଼ାରେ ୩୩୮, ସମ୍ବଲପୁରରେ ୨୧୪, ସୁବର୍ଣ୍ଣପୁରରୁ ୬୪ ଓ ସୁନ୍ଦରଗଡ଼ ଜିଲ୍ଲାରେ ୮୫୭ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମୁଦାୟ ୧୯,୮୩୫ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୩୩୦୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୬୩୮୩ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।