ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Coronavirus Allahabad News Update Four infected patients died and 353 new positive Case found in the district
www.jagran.com

ଅନୁଗୁଳରୁ ୨,୦୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫, ୩୦୪ଜଣ, ବରଗଡ଼ରୁ ୪,୪୧୮ଜଣ, ଭଦ୍ରକରୁ ୩,୯୪୦ଜଣ, ବଲାଙ୍ଗୀରରୁ ୩,୦୬୬ଜଣ, ବୌଦ୍ଧରୁ ୧,୧୧୨ଜଣ, କଟକରୁ ୧୩,୩୮୨ଜଣ, ଦେବଗଡ଼ରୁ ୪୦୭ଜଣ, ଢ଼େଙ୍କାନାଳରୁ ୨,୬୧୯ଜଣ, ଗଜପତିରୁ ୩,୧୬୬ଜଣ, ଗଞ୍ଜାମରୁ ୧୯,୨୫୫ଜଣ, ଜଗତସିଂହପୁରରୁ ୩,୦୯୩ଜଣ, ଯାଜପୁରରୁ ୫,୮୯୦ଜଣ, ଝାରସୁଗୁଡ଼ାରୁ ୨,୬୦୩ଜଣ, କଳହାଣ୍ଡିରୁ ୨,୦୭୦ଜଣ, କନ୍ଧମାଳରୁ ୨,୯୨୨ଜଣ, କେନ୍ଦ୍ରାପଡ଼ାରୁ ୩,୨୩୪ଜଣ, କେନ୍ଦୁଝରରୁ ୨,୯୨୮ଜଣ, ଖୋର୍ଦ୍ଧାରୁ ୨୬,୭୫୪ଜଣ, କୋୁରାପୁଟରୁ ୪,୮୫୮ଜଣ, ମାଲକାନଗିରିରୁ ୨,୮୧୦ଜଣ, ମୟୁରଭଞ୍ଜରୁ ୫,୭୫୧ଜଣ, ନବରଙ୍ଗପୁରରୁ ୨,୨୨୬ଜଣ, ନୟାଗଡ଼ରୁ ୩,୮୪୦ଜଣ, ନୂଆପଡ଼ାରୁ ୧,୬୧୧ଜଣ, ପୁରୀରୁ ୬,୫୯୭ଜଣ, ରାୟଗଡ଼ାରୁ ୬,୨୨୨ଜଣ, ସମ୍ବଲପୁରରୁ ୪,୧୧୭ଜଣ, ସୁନ୍ଦରଗଡ଼ରୁ ୫,୭୨୮ଜଣ ଏଯାବତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର